ଓଡିଶା

odisha

ETV Bharat / bharat

17 ହଜାର ଫୁଟ ଉଚ୍ଚତାରେ ନିୟୋଜିତ 28 ଯବାନ କୋରୋନା ସଂକ୍ରମିତ - ଭାରତ-ନେପାଳ ସୀମା ବିବାଦ

ଉତ୍ତରାଖଣ୍ଡର 17 ହଜାର ଫୁଟ ଉଚ୍ଚତାରେ ନିୟୋଜିତ 28 ଯବାନ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାହା ମଧ୍ୟ ଏଭଳି ସମୟରେ ଯେତେବେଳେ ପଡୋଶୀ ଚୀନ ଏବଂ ନେପାଳ ଭାରତ ବିରୋଧରେ ଆକ୍ରମଣାତ୍ମକ ସ୍ବଭାବ ଆପଣାଇଛନ୍ତି ।

17 ହଜାର ଫୁଟ ଉଚ୍ଚତାରେ ନିୟୋଜିତ 28 ଯବାନ କୋରୋନା ସଂକ୍ରମିତ
17 ହଜାର ଫୁଟ ଉଚ୍ଚତାରେ ନିୟୋଜିତ 28 ଯବାନ କୋରୋନା ସଂକ୍ରମିତ

By

Published : Sep 2, 2020, 9:35 PM IST

ଶିମଲା: ଦେଶରେ କୋରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଉତ୍ତରାଖଣ୍ଡରେ ମଧ୍ୟ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ତେବେ ଇତିମଧ୍ୟରେ ସୀମା ସୁରକ୍ଷାରେ ନିୟୋଜିତ ଯବାନ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉତ୍ତରାଖଣ୍ଡର 17 ହଜାର ଫୁଟ ଉଚ୍ଚତାରେ ନିୟୋଜିତ 28 ଯବାନ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାହା ମଧ୍ୟ ଏଭଳି ସମୟରେ ଯେତେବେଳେ ପଡୋଶୀ ଚୀନ ଏବଂ ନେପାଳ ଭାରତ ବିରୋଧରେ ଆକ୍ରମଣାତ୍ମକ ସ୍ବଭାବ ଆପଣାଇଛନ୍ତି ।

ସୂଚନା ଅନୁସାରେ, ଉତ୍ତରାଖଣ୍ଡ ଧାରାଚୁଲାର ବ୍ୟାସ ଭ୍ୟାଲିର ଗୁଞ୍ଜୀ ଗ୍ରାମରେ ନିୟୋଜିତ ସେନାର 28 ଜଣ ଯବାନ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହାଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗୁଞ୍ଜୀ, କଳାପାଣି ଏବଂ ଲିପୁଲେଖରେ ସେନା ଏବଂ ଆଇଟିବିପି ଯବାନ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ଲଦାଖରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଭାରତୀୟ ସେନା ଏହି ଅଞ୍ଚଳରେ ସତର୍କ ରହିଛି। କିନ୍ତୁ ଏହି କ୍ଷେତ୍ରଗୁଡିକ ମୁଖ୍ୟ ସ୍ରୋତଠାରୁ ବହୁ ଦୂରରେ । ଯାହା ଏକ ବଡ ସମସ୍ୟା ପାଲଟିଛି । ଯଦିଓ ବିଆରଓ ଲିପୁଲେଖ ମାର୍ଗ ସହ ସଂଯୋଗ ରହିଛି । ତଥାପି ବର୍ଷା ଋତୁରେ ଏଠାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ବହୁତ ବଡ ଚ୍ୟାଲେଞ୍ଜ ।

ବର୍ଷା ଋତୁରେ ଚୀନ ସୀମାକୁ ସଂଯୋଗ କରୁଥିବା ଲିପୁଲେଖ ମାର୍ଗ ବନ୍ଦ ରହିଛି। ଏପରି ପରିସ୍ଥିତିରେ ସୀମାନ୍ତ ଅଞ୍ଚଳକୁ ଯିବା ରାସ୍ତା ମଣିଷ ପାଇଁ କଷ୍ଟସାଧ୍ୟ ହୋଇପାରେ । ଗୁଞ୍ଜୀ ବ୍ୟତୀତ, ବୁନ୍ଦି, କୁଟି, ଛିଆଲେଖ ଏବଂ ନାବି ବର୍ତ୍ତମାନ ପର୍ଯ୍ୟନ୍ତ ନିରାପଦ ଅଞ୍ଚଳ ଭାବରେ ବିବେଚିତ ହେଉଥିଲା । କିନ୍ତୁ ସେନା ଏବଂ ଆଇଟିବିପି ସୈନିକଙ୍କ କୋରୋନା ରିପୋର୍ଟ ସକରାତ୍ମକ ଆସିବା ପରେ ସମସ୍ୟା ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details