ଜୟପୁର: ବିଶ୍ବରେ ଉଗ୍ର ରୂପ ନେବାକୁ ବସିଲାଣି ମାରାତ୍ମକ କୋରୋନା ଭାଇରସ । ତେଣୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ପୂର୍ବରୁ ହଜାର ହଜାର ଭାରତୀୟଙ୍କୁ ବିଦେଶରୁ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଇରାନରୁ ଆଉ 277 ଭାରତୀୟଙ୍କୁ ଯୋଧପୁର ଅଣାଯାଇଛି ।
ଇରାନରେ ଫସି ରହିଥିବା 277 ଭାରତୀୟଙ୍କୁ ନେଇ ଏୟାରଇଣ୍ଡିଆ ବିମାନ ବୁଧବାର ଭୋର 4.45ରେ ଯୋଧପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ଯୋଧପୁରରେ ପହଞ୍ଚିବା ଡକ୍ଟର ଏସଏନ ମେଡିକାଲ କଲେଜର ଟିମ୍ ସମସ୍ତ ଭାରତୀୟଙ୍କ ସ୍କ୍ରିନିଂ କରିଥିଲେ । ଏହାପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେମାନଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ଏକ ଗାଡି ଯୋଗେ ୱେଲନେସ ସେଣ୍ଟର ପଠାଯାଇଛି । ଯେଉଁଠାରେ ସେମାନଙ୍କୁ 14 ଦିନ ରଖାଯିବା ସହ ସେମାନଙ୍କର ଆଉ ଥରେ ପରୀକ୍ଷା କରାଯିବ ।