ଓଡିଶା

odisha

By

Published : Apr 19, 2020, 1:27 PM IST

ETV Bharat / bharat

କୋଭିଡ-19 ଯୁଦ୍ଧରେ ସାମିଲ ଅଛି 274ଟି ବିମାନ

କୋଭିଡ-19 ସହ ଲଢିବା ପାଇଁ ଲାଇଫଲାଇନ ଉଡାନ ଅଧୀନରେ ଏୟାର ଇଣ୍ଡିଆ, ଆଲାଇନ୍ସ ଏୟାର, ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ) ଏବଂ ବେସରକାରୀ ପରିବହନକାରୀଙ୍କ ଦ୍ବାରା 274 ବିମାନ ଚଳାଚଳ କରୁଛି ।

Lifeline Udan
କୋଭିଡ-19

ନୂଆଦିଲ୍ଲୀ: କୋଭିଡ-19 ସହ ଲଢିବା ପାଇଁ ଲାଇଫଲାଇନ ଉଡାନ ଅଧୀନରେ ଏୟାର ଇଣ୍ଡିଆ, ଆଲାଇନ୍ସ ଏୟାର, ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ) ଏବଂ ବେସରକାରୀ ପରିବହନକାରୀଙ୍କ ଦ୍ବାରା 274 ବିମାନ ଚଳାଚଳ କରୁଛି । ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

କୋଭିଡ-19 ବିରୁଦ୍ଧରେ ଭାରତର ଯୁଦ୍ଧରେ ସାମିଲ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ପରିବହନ ପାଇଁ ଏହି ବିମାନ । ମନ୍ତ୍ରଣାଳୟରୁ ପ୍ରକାଶ ଏକ ବିବୃତିରେ ଏହା କୁହାଯାଇଛି । ଏହି ବିମାନ ମଧ୍ୟରୁ 175 ଟି ଏୟାର ଇଣ୍ଡିଆ ଏବଂ ଆଲାଇନ୍ସ ଏୟାର ଦ୍ବାରା ପରିଚାଳିତ ହେଉଛି ।

ବିବୃତିରେ କୁହାଯାଇଛି, ‘ଆଜି ପର୍ଯ୍ୟନ୍ତ ମୋଟ 463.15 ଟନ୍ ସାମଗ୍ରୀ କାର୍ଗୋ ପରିବହନ କରିଛି। ଲାଇଫଲାଇନ୍ ଉଡାନ ବିମାନ ଆକାଶ ମାର୍ଗରୁ ପ୍ରାୟ 2,73,275 କିଲୋମିଟର ଯାତାୟାତ କରିସାରିଲାଣି ’।

ABOUT THE AUTHOR

...view details