ଅମରାବତୀ: ସ୍କୁଲ ଖୋଲିବା ପୂର୍ବରୁ 27 ଛାତ୍ରଛାତ୍ରୀ କୋରୋନା ପଜିଟିଭ । ଆନ୍ଧ୍ରପ୍ରଦେଶ ବିଜୟନଗରମର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଠାରେ କୋରୋନାର ଲକ୍ଷଣ ନଥିବାବେଳେ ସମସ୍ତେ ବିଭିନ୍ନ ଗାଁରୁ ଆସିଛନ୍ତି । ପ୍ରଶାସନ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ଯାଞ୍ଚକୁ ଜୋରଦାର କରିଛି।
କେନ୍ଦ୍ର ସରକାର ଅନଲକ-5 ନିୟମ ଜାରି କରିବା ସମୟରେ ଅକ୍ଟୋବର 15 ସୁଦ୍ଧ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ ସମସ୍ତ ସ୍କୁଲ ଖୋଲିବାକୁ ନଭେମ୍ବର 2 ତାରିଖରେ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ଅଭିଭାବକଙ୍କ ଅନୁରୋଧ କ୍ରମେ ଔପଚାରିକ ଭାବେ କେତେକ କ୍ଲାସ ଆରମ୍ଭ ହୋଇଛି ।