ପାନଜୀ: ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ବିମାନରେ 265 ବ୍ରିଟିଶ ନାଗରିକ ବ୍ରିଟେନ ଅଭିମୁଖେ ଯାତ୍ରା କରିଛନ୍ତି । କୋଭିଡ-19 ଲକଡାଉନ୍ କାରଣରୁ ରୁଷ, ଫ୍ରାନ୍ସ, ଆମେରିକା, କାନାଡାର ପ୍ରାୟ 5000 ରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ନିଜ ନିଜ ଦେଶକୁ ଫେରାଇ ନିଆଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।
ଗୋଆରୁ ସ୍ବତନ୍ତ୍ର ବିମାନ ଯୋଗେ ଯାତ୍ରା କଲେ 265 ବ୍ରିଟିଶ ନାଗରିକ - ବିମାନ ଯୋଗେ ଯାତ୍ରା କଲେ 265 ବ୍ରିଟିଶ ନାଗରିକ
ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ବିମାନରେ 265 ବ୍ରିଟିଶ ନାଗରିକ ବ୍ରିଟେନ ଅଭିମୁଖେ ଯାତ୍ରା କରିଛନ୍ତି ।
265 ବ୍ରିଟିଶ ନାଗରିକ
ଗୋଆ ବିମାନବନ୍ଦର ନିର୍ଦ୍ଦେଶକ ଗଗନ ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ହେଉଛି 27 ତମ ସ୍ବତନ୍ତ୍ର ବିମାନ । ମାର୍ଚ୍ଚ 25 ତାରିଖରୁ ଆମେ 5,233 ଯାତ୍ରୀଙ୍କ ନିଜ ନିଜ ଦେଶକୁ ପଠାଇସାରିଛୁ ’।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରିଲିଫ୍ ଉଡାଣ ବିଷୟରେ ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦର ଭାରତରେ ସର୍ବାଧିକ ରିଲିଫ୍ ବିମାନ ପରିଚାଳନା କରୁଛି, କାରଣ ଯାତ୍ରୀଙ୍କ ମଧ୍ୟରେ ଗୋଆ ବିମାନ ବନ୍ଦର ଲୋକପ୍ରିୟ ଅଟେ।