ଅମରାବତୀ: 26,000 କିଲୋଗ୍ରାମ ଗୋମାଂସ ଜବତ । ଆନ୍ଧ୍ରପ୍ରଦେଶର ପୁରୁଷୋତ୍ତମପୁରମ୍ ଚେକ୍ ପଏଣ୍ଟରୁ ଏକ କଣ୍ଟେନରରୁ ବିପୁଳ ପରିମାଣର ଗୋମାଂସ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କର।ଯାଇଛି । ସୂଚନା ଅନୁସାରେ, ଗୋମାଂସ ଚାଲାଣ ହୋଇଥିବା ନେଇ ପୋଲିସକୁ ପୂର୍ବରୁ ଖବର ମିଳିଥିଲା । ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା । କଣ୍ଟେନରଟି ଚେକପୋଷ୍ଟରେ ପହଞ୍ଚିବା ପରେ ଅଟକାଇ ଥିଲା । ସେଥିରୁ ଗୋମାଂସ ଥିବା ଦେଖିବାକୁ ପାଇଥିଲା ।
26,000 କେଜି ଗୋମାଂସ ଜବତ,2 ଗିରଫ - 26,000 କିଲୋଗ୍ରାମ ଗୋମାଂସ ଜବତ
26,000 କିଲୋଗ୍ରାମ ଗୋମାଂସ ଜବତ, 2 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ.....

26,000 କିଲୋଗ୍ରାମ ଗୋମାଂସ ଜବତ
ତେବେ ସେହି କଣ୍ଟେନରରେ 13 ପ୍ୟାକେଟରେ 20 କେଜି ଲେଖାଏଁ ଗୋମାଂସ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।
ସୌଜନ୍ୟ @ANI