ସିମଲା: ହିମାଚଳପ୍ରଦେଶର ଚୌପାଲ ସ୍ଥିତ କୁପଓ୍ବି ତହସିଲର ଜଣେ ଭରତୀୟ ଯବାନଙ୍କ ଶହୀଦ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ଶହୀଦ ଯବାନ ଉତର ରାଣା ପଞ୍ଜାବ ରେଜିମେଣ୍ଟରେ କର୍ତ୍ତବ୍ୟରତ ଥିବା ବେଳେ ତାଙ୍କୁ ଅରୁଣାଚଳପ୍ରଦେଶର ଭାରତ-ଚୀନ ସୀମାରେ ମୁତୟନ କରାଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଶହୀଦ ଯବାନଙ୍କ ଦେହାନ୍ତର କାରଣ ସ୍ପଷ୍ଟ ହୋଇପାରିନାହିଁ ।
ଶହୀଦ ଯବାନ ରାଣା ତାଙ୍କ ଘରର ଜଣେ ମାତ୍ର ବ୍ୟକ୍ତି ଥିଲେ, ଯାହାଙ୍କ ଉପରେ ପୁରା ପରିବାର ନିର୍ଭରଶୀଳ ଥିଲା । ଚାନ୍ଦନା ପଞ୍ଚାୟତର ଧାରା ଗାଁରେ ଜନ୍ମ ଗ୍ରହଣ କରିଥିବା 26 ବର୍ଷୀୟ ଉତ୍ତର ରାଣା ଅବିବାହିତ ଥିଲେ । ସେ 2012ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।