ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 386ରେ ପହଞ୍ଚିଛି । ତେବେ 386 ଆକ୍ରାନ୍ତଙ୍କ ମଧ୍ୟରୁ 259 ଜଣ ନିଜାମୁଦ୍ଦିନ ସମାବେଶ ଫେରନ୍ତା ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର ସୂଚନା ଦେଇଛନ୍ତି ।
386 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 259 ନିଜାମୁଦ୍ଦିନ ଫେରନ୍ତା: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ - ଦିଲ୍ଲୀ କୋରୋନା ଖବର
କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 386ରେ ପହଞ୍ଚିଛି । ତେବେ 386 ଆକ୍ରାନ୍ତଙ୍କ ମଧ୍ୟରୁ 259 ଜଣ ନିଜାମୁଦ୍ଦିନ ଫେରନ୍ତା ବୋଲି କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର ସୂଚନା ଦେଇଛନ୍ତି ।
ଏହାଛଡା ସେ କହିଛନ୍ତି, ଦିଲ୍ଲୀରେ ବର୍ତ୍ତମାନ ପର୍ସନାଲ ପ୍ରୋଟେକ୍ଟଟିଭ ଇକ୍ୟୁପେମେଣ୍ଟ(ପିପିଇ) କିଟ୍ ନିଅଣ୍ଟ ରହିଛି । ବର୍ତ୍ତମାନ 7-8 ହଜାର ପିପିଇ କିଟ୍ ଷ୍ଟକ ରହିଛି । ଯାହା ଆଗାମୀ 2-3 ଦିନ ମଧ୍ୟରେ ସରିଯିବ । ତେଣୁ ଦିଲ୍ଲୀକୁ ବର୍ତ୍ତମାନ 50000 ପିପିଇ କିଟ୍ ନିହାତି ଆବଶ୍ୟକତା ରହିଥିବା ସେ କହିଛନ୍ତି । ତେବେ ଗତ ଦୁଇ ହେବ ନିଜାମୁଦ୍ଦିନ ମରକଜ ସମ୍ପର୍କରେ ଥିବା 600ରୁ ଉର୍ଦ୍ଧ୍ବ ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 2902 କୋରୋନା ଆକ୍ରାନ୍ତ ଥିବାବେଳେ 68 ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି । ଏହାଛଡା 163 ଜଣ ସୁସ୍ଥ ଥିବା ଜଣାପଡିଛି ।