ନୂଆଦିଲ୍ଲୀ: ଇରାକର ସ୍ବାତ ଟିମ କବଜ୍ଜାରେ ବଡ ମାଛ। ଆଇଏସଆଇଏସର ମୁଖ୍ୟ ଲିଡରକୁ ଗିରଫ କରିଛି ଇରାନୀ ଫୋର୍ସ। ଏହି ବ୍ୟକ୍ତିଜଣକ ଗତ କିଛିଦିନ ତଳେ 'ଜାବା ଦ ଜିହାଦୀ' ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ।
ତେବେ ପୋଲିସ ତାଙ୍କୁ ଗିରଫ ପରେ ସଫଳତା ପାଇଛି ତ ସତ ହେଲେ ଅଭିଯୁକ୍ତଙ୍କ ଶରୀରର ଓଜନ ପାଇଁ ତାଙ୍କୁ ଗିରଫ କରି ନେବା ପାଇଁ ଅନେକ ଅସୁବିଧାର ସାମ୍ନା କରିଥିଲା। ଏହି ମୋଟା ବ୍ୟକ୍ତିଜଣକ ହେଲେ ମୁପ୍ତି ଆବୁ ଅବଦୁଲ ବାରି।