ଜମ୍ମୁ: ଆତଙ୍କବାଦୀଙ୍କ ବର୍ବରତା । ଘରେ ପଶି ସାଧାରଣ ନାଗରିକଙ୍କୁ ହତ୍ୟା କଲେ ଆତଙ୍କୀ । କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଘଟିଛି ଏହି ଘଟଣା । ଆକ୍ରମଣରେ 25 ବର୍ଷୀୟ କାଶ୍ମୀର ଯୁବକଙ୍କ ମୃତ୍ୟୁ ହୋଇଛି ।
ଘରେ ପଶି 25 ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ - 25-year-old civilian shot dead by terrorists
କୋରୋନା ସଙ୍କଟ ବେଳେ କାଶ୍ମୀରରେ ଅଶାନ୍ତ ସୃଷ୍ଟି କରୁଛନ୍ତି ଆତଙ୍କବାଦୀ । ଏଥର ଆତଙ୍କବାଦୀଙ୍କ ଶିକାରରେ ଜଣେ 25 ବର୍ଷୀୟ ସାଧାରଣ ନାଗରିକ । ଅଧିକ ପଢନ୍ତୁ...
ଘରେ ପଶି 25 ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ମୃତ ଯୁବକ ଜଣକ ହେଲେ ଉତ୍ତର କାଶ୍ମୀରର ବୋମାଇ ଅଞ୍ଚଳର ଆତିପୋରା ଅଞ୍ଚଳର ଇଶଫାକ ଅହମ୍ମଦ ନଜର । ଶନିବାର ରାତି 9.30 ସମୟରେ ସେ ନିଜ ଘରେ ଥିବା ସମୟରେ ଆତଙ୍କବାଦୀ ଗୁଳି କରିଥିଲେ । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆତଙ୍କବାଦୀଙ୍କ ଗୁଳିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଛି ।