ରାଞ୍ଚି: ଝାଡଖଣ୍ତର ରାଜଧାନୀ ରାଞ୍ଚିରେ 25 ପୋଲିସ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ । ପଜେଟିଭ ଆକ୍ରାନ୍ତ ବିଭିନ୍ନ ଥାନାରେ ବୃଦ୍ଧି ପାଉଥିବାରୁ ପୋଲିସ ବିଭାଗ ତତ୍ପର ହୋଇପଡିଛି । ପୋଲିସ ଷ୍ଟେସନରେ ସଂକ୍ରମଣ ବ୍ୟାପୁ ଥିବାରୁ ଏହାକୁ ରୋକିବାକୁ ଏଏପି ସୁରେନ୍ଦ୍ର କୁମାର ଝା ଏକ ଆଡଭାଇଜରୀ ଜାରି କରିଛନ୍ତି । କୋଭିଡରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣେଇବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି । ଏହି ଆଡଭାଇଜରୀ ବିଭିନ୍ନ ଥାନ ସେମେତ ବିଭିନ୍ନ ଜିଲ୍ଲାର ଏସପି ଓ ଡିଏସପି ଓ ଏସସପିଙ୍କୁ ପଠାଯାଇଛି ।
କୋରୋନା ଯୋଗୁଁ, ପୋଲିସ ଷ୍ଟେସନ ଗୁଡିକରେ କାର୍ଯ୍ୟ କରିବା ଶୈଳୀରେ ପରିବର୍ତ୍ତନ କରାଯାଇଛି । ପୋଲିସ ଷ୍ଟେସନକୁ ଲୋକଙ୍କୁ ଆସିବା ଉପରେ କଟକଣା ଲଗାଯାଇଛି । ଅଭିଯୋଗ କରିବା ପାଇଁ କମ୍ପ୍ଲେନ ବକ୍ସ ରଖାଯାଇଛି । ଯେଉଁଥିରେ ଅଭିଯୋଗକାରୀମାନେ ସେହି ବାକ୍ସରେ ଅଭିଯୋଗ ରଖି ରଖିପାରିବେ । ଏପରିକି, ଅତି ଗୁରୁତର ଅଭିଯୋଗ ହୋଇଥିଲେ ତାହା ଓ୍ବାଟସପ ଓ ଅନଲାଇନ ମାଧ୍ୟମରେ ନିଜର ଅଭିଯୋଗକୁ ରେଜିଷ୍ଟର କରିପାରିବେ । ବାରିଆଟୁ, ସୁକଦେବନଗର,ହିନ୍ଦପୀରି ଓ ମହିଳା ପୋଲିସ ଷ୍ଟେସନରେ କୋରୋନାରେ ବହୁ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।
ସଂକ୍ରମଣ ରୋକିବାକୁ କଣ କରିବା ଉଚିତ୍:
ସାମାଜିକ ଦୂରତା
ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା
ସାନିଟାଇଜରକୁ ନିଜ ପାଖରେ ରଖିବା ଓ ବାରମ୍ବାର ବ୍ୟବହାର କରିବା
ଗ୍ଲୋବସ ପିନ୍ଧିବା ଓ ମୁଣ୍ତରେ ଟୋପି ବ୍ୟବହାର କରିବା
ଅଭିଯୁକ୍ତକୁ ଧରିବା ପୂର୍ବରୁ ପିପିଇ କିଟ ପିନ୍ଧିବା
ନିଜ କାର୍ଯ୍ୟାଳୟ ଓ ଘରକୁ ବାରମ୍ବାର ସାନିଟାଇଜ କରିବା