ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଲିଙ୍କଡିନ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ, ଭାରତୀୟ ଶ୍ରମିକଙ୍କ ଆୟରେ ଏକ ଚତୁର୍ଥାଂଶ ହ୍ରାସ ଘଟିଛି । ସେହିପରି କୋରୋନା ମହାମାରୀ ପ୍ରଭାବରେ ବ୍ୟକ୍ତିଗତ ସଞ୍ଚୟରେ 39 ପ୍ରତିଶତ ହ୍ରାସ ଘଟିଛି ।
‘25 ପ୍ରତିଶତ କର୍ମଜୀବୀଙ୍କ ଆୟରେ ହ୍ରାସ’ - LinkedIn
ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଲିଙ୍କଡଇନ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ, ଭାରତୀୟ ଶ୍ରମିକଙ୍କ ଆୟରେ ଏକ ଚତୁର୍ଥାଂଶ ହ୍ରାସ ଘଟିଛି ।
ଯଦି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯଦି ଲକଡାଉନ କୋହଳ ହୁଏ, ତେବେ 42 ପ୍ରତିଶତ ଯୁବକ ଚାକିରି ଖୋଜିବାରେ ବିତାଇଥିବା ସମୟକୁ ବୃଦ୍ଧି କରିବେ । ସେହିପରି 64 ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢା ଉପରେ ଅଧକ ଧ୍ୟାନ ଦେବେ ବୋଲି ସଂସ୍ଥା ପ୍ରକାଶ କରିଛି । ଅନ୍ୟପଟେ ସଂସ୍ଥା କରିଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଇଛି, କୋରୋନା ମହାମାରୀର ବ୍ୟାପକ ପ୍ରଭାବ ସତ୍ତ୍ୱେ କେବଳ 55 ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନଙ୍କର କମ୍ପାନୀ ସେମାନଙ୍କୁ କାର୍ଯ୍ୟ ବିକଳ୍ପ ପ୍ରଦାନ କରୁଛନ୍ତି ଏବଂ 25 ପ୍ରତିଶତ ଲୋକଙ୍କର ପାର୍ଟ ଟାଇମ୍ କାର୍ଯ୍ୟ ଏବେ ବି ଜାରି ରହିଛି । ଏହି ରିପୋର୍ଟ 1000ରୁ ଅଧିକ ସଦସ୍ୟଙ୍କ ଅନଲାଇନ୍ ସର୍ଭେ ଉପରେ ଆଧାରିତ ଏବଂ ଚାକିରି, ବଜାର, ସେମାନଙ୍କର ଆର୍ଥିକ ସ୍ଥିତି, କ୍ୟାରିୟରେ ପ୍ରଗତି ଭଳି ବିଷୟ ବସ୍ତୁକୁ ସ୍ଥାନ ଦିଆଯାଇଛି ।
ଏହି ଅନୁସନ୍ଧାନରେ ଦର୍ଶାଯାଇଛି ଯେ 33 ପ୍ରତିଶତ ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ କମ୍ପାନୀ ଆସନ୍ତା 6 ମାସ ମଧ୍ୟରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବେ । ମାତ୍ର କିଛି ଲୋକଙ୍କ ବିଶ୍ବାସ ରହିଛି ଯେ, ଏହି ବିଶ୍ବ ବିପତ୍ତି ସତ୍ତ୍ବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସେମାନଙ୍କ କମ୍ପାନୀଗୁଡିକ 69 ପ୍ରତିଶତ ଅଗ୍ରଗତି ହେବେ ।