ହାଇଦ୍ରାବାଦ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନିର୍ବାଚନ ହରାଇ ଜୋ ବାଇଡେନ ଆମେରିକାର 46ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବିକାଶଶୀଳ ଦେଶକୁ ଶାସନ କରିବା ପାଇଁ ବାଇଡ଼େନ ତାଙ୍କ ସରକାରୀ ଢାଞ୍ଚାକୁ ସୁଦୃଢ କରିବାରେ ଲାଗିଛନ୍ତି । ଏହି ଦଳରେ ସେ 25 ଜଣ ଭାରତୀୟ-ଆମେରିକୀୟଙ୍କୁ ସାମିଲ କରିଛନ୍ତି । ଅତି କମ୍ରେ 15ଟି ପ୍ରମୁଖ ନୀତିର ପଦବୀରେ ଭାରତୀୟ ସ୍ଥାନ ପାଇଛନ୍ତି । ଏଥିଲାଗି ସେ ଅନେକ ପ୍ରତିଭାଶାଳୀ, ଅଭିଜ୍ଞ ମୂଳ ଭାରତୀୟ ଆମେରିକୀୟମାନଙ୍କୁ ଦଳରେ ତାଲିକାଭୁକ୍ତ କରିଛନ୍ତି । ଏହି ଭାରତୀୟମାନେ ତାଙ୍କୁ ବିଭିନ୍ନ ବୃହତ ଚ୍ୟାଲେଞ୍ଜରେ ସାହାଯ୍ୟ କରିବେ ।
ବାଇଡେନଙ୍କ ତାଲିକାରେ ସ୍ଥାନ ପାଇଥିବା ଏହି ମୂଳ ଭାରତୀୟ-ଆମେରିକୀୟମାନେ ପୂର୍ବରୁ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ସେମାନେ ହେଉଛନ୍ତି ନିରା ଟାଣ୍ଡେନ୍, ବିବେକ ମୁର୍ଥୀ, ରୋହିଣୀ କୋସୋଗ୍ଲୁ, ଅଲି ଜୈଦି, ଭାରତ ରାମମୂର୍ଥୀ, ବେଦାନ୍ତ ପଟେଲ, ବିନୟ ରେଡ୍ଡୀ ଓ ଗୌତମ ରାଘବନ ଆଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ଚୟନ କରିଛନ୍ତି ରାଷ୍ଟ୍ରପତି ବାଇଡେନ । ତେବେ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା:-
1. ନିରା ଟାଣ୍ଡେନ୍:- ପ୍ରଶାସନର ବଜେଟ୍ ପରିଚାଳନା କରିବାରେ 50 ବର୍ଷୀୟ ମହିଳା ଭାବେ ନିରା ଦାୟିତ୍ବ ଗ୍ରହଣ କରିବେ । କିନ୍ତୁ ରିପବ୍ଲିକାନ୍ ନିୟନ୍ତ୍ରିତ ସିନେଟ୍ ଦ୍ବାରା ନିଶ୍ଚିତ ହେବା ପାଇଁ ତାଙ୍କ ନିଯୁକ୍ତି ସଂଘର୍ଷ ହୋଇପାରେ ବୋଲି ନିର୍ବାଚନ ବିଶେଷଜ୍ଞମାନେ କହିଛନ୍ତି।
2. ବିବେକ ମୁର୍ଥୀ:- ବାଇଡେନଙ୍କ କୋଭିଡ ପରିଚାଳନା ଦଳରେ ବିବେକ ମୁର୍ଥୀ ସ୍ଥାନ ପାଇଛନ୍ତି । ତେବେ ସେ କର୍ଣ୍ଣାଟକର ଅଧିବାସୀ ଅଟନ୍ତି ।
3. ରୋହିଣୀ କୋସୋଗ୍ଲୁ:- ରୋହିଣୀ ଉପରାଷ୍ଟ୍ରପତି କମଳା ହାରିସଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିୟୋଜିତ ହୋଇଛନ୍ତି ।
4. ଅଲି ଜୈଦି:-ଡେପୁଟି ଜାତୀୟ ଜଳବାୟୁ ପରାମର୍ଶଦାତା ଭାବେ ଅଲି ଜୈଦି ନିଯୁକ୍ତି ପାଇଛନ୍ତି ।
5. ଭାରତ ରାମମୂର୍ଥୀ:- ଆର୍ଥିକ ସଂସ୍କାର ଏବଂ ଉପଭୋକ୍ତା ପାଇଁ ଜାତୀୟ ଅର୍ଥନୈତିକ ପରିଷଦ (NEC)ର ଡେପୁଟି ଡାଇରେକ୍ଟର ଭାବେ ଭାରତ ନିଯୁକ୍ତି ପାଇଛନ୍ତି ।