ଓଡିଶା

odisha

ETV Bharat / bharat

25 ପୋଲିସକର୍ମୀଙ୍କୁ ବିଦା କଲେ ଯୋଗୀ ସରକାର - yogi govt

ଉତ୍ତର ପ୍ରଦେଶର ବରେଲୀରେ ଦାୟିତ୍ବରେ ଅବହେଳା କରୁଥିବା କର୍ମଚାରୀଙ୍କୁ ଛଟେଇ କରିଛନ୍ତି ଯୋଗୀ ସରକାର ।

ପ୍ରତିକାତ୍ମକ ଫଟୋ

By

Published : Jul 7, 2019, 10:59 PM IST

ବରେଲୀ: ଆକ୍ସନ ମୁଡରେ ଯୋଗୀ ସରକାର । ଉତ୍ତର ପ୍ରଦେଶରେ ଡ୍ୟୁଟିରେ ଖିଲାପ କରୁଥିବା ପୋଲିସକର୍ମୀଙ୍କୁ ବିଦା କରିଛନ୍ତି ଯୋଗୀ ସରକାର ।

ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁପି ସରକାର । ତେବେ ଯେଉଁମାନଙ୍କୁ ଛଟେଇ କରାଯିବ ସେମାନଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଫରିଦପୁର ସିଓର ଷ୍ଟେନୋ କାମ ଦେଖୁଥିବା ଇନ୍ସପେକ୍ଟର, ବଦାୟୁଁର 3ଜଣ ପୋଲିସ କନେଷ୍ଟବଳ, ଶାହଜହାଙ୍ଗପୁରର 3 ଜଣ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ବରେଲୀର 6 ଜଣ ପୋଲିସଙ୍କ ବିରୋଧରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ABOUT THE AUTHOR

...view details