ମୁମ୍ବାଇ: ଚଳନ୍ତା ବସରେ 24 ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ମହାରାଷ୍ଟ୍ରର ମାଲେଗାଓଁ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଲେଗାଓଁର ୱାଶିମ୍ ଠାରୁ ଗୋଣ୍ଡିଆ ଅଭିମୁଖେ ଯାଉଥିବା ଏକ ଘରୋଇ ବସରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ସମୟରେ ତାଙ୍କୁ ହତ୍ୟା କରିବା ନେଇ ମଧ୍ୟ ଧମକ ଦିଆଯାଇଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ଉକ୍ତ ଯୁବତୀ ଜଣଙ୍କ । ଯୁବତୀ ଜଣଙ୍କ ପୁଣେରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ ।
ଚଳନ୍ତା ବସରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ - rape aligation of a 24 year girl
ଚଳନ୍ତା ବସରେ 24 ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ମହାରାଷ୍ଟ୍ରର ମାଲେଗାଓଁ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପଢନ୍ତୁ ଅଧିକ...
ଚଳନ୍ତା ବସରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଯୁବତୀଙ୍କ ଅଭିଯୋଗ ପରେ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଣେ ପୋଲିସ । ଉକ୍ତ ଟ୍ରାଭେଲ ଏଜେନ୍ସି ବିରୋଧରେ ମାମଲା ରୁଜୁ କରିଛି ପୁନେ ପୋଲିସ । ଘଟଣା ଘଟିଥିବା ସ୍ଥାନ ମାଲେଗାଓଁ ପୋଲିସ କ୍ଷେତ୍ର ଅଧିନରେ ଥିବା ବେଳେ ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ମାଲେଗାଓଁ ପୋଲିସକୁ ହସ୍ଥାନ୍ତର କରାଯାଇଛି । ମାଲେଗାଓଁ ଥାନାର ଏକ ପୋଲିସ ଟିମ ଦୁଷ୍କର୍ମ ଘଟିଥିବା ବସ ଓ ତାହାର କର୍ମଚାରୀଙ୍କୁ ଖୋଜିବାରେ ଲାଗିଥିବା ପୋଲିସ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ