ନୂଆଦିଲ୍ଲୀ: ଭାରତରେ ନିୟନ୍ତ୍ରଣକୁ ଆସୁଛି କୋରୋନା ସଂକ୍ରମଣ । ଧିରେ ଧିରେ ସୁଧୁରୁଛି ସ୍ଥିତି । ଅତ୍ୟଧିକ ଜନ ସଂଖ୍ୟା ସତ୍ତ୍ବେ ସଠିକ ସମୟରେ ଟେଷ୍ଟ, ସତର୍କତା ଓ ସଚେତନତା ହେତୁ କମୁଛି ସଂକ୍ରମଣ ।
24 ଘଣ୍ଟାରେ ଦେଶରେ 24,010 ନୂଆ ଆକ୍ରାନ୍ତ ଚିହ୍ନଟ, 355 ମୃତ - ଭାରତ କୋରୋନା ଖବର
ଆଉ କିଛି ଦିନ ପରେ ବର୍ଷେ ଛୁଇଁବ ଭାରତରେ କୋରୋନା ସଂକ୍ରମଣ ବ୍ୟାପିବା । ତେବେ ଏତେ ଦିନ ପରେ ମଧ୍ୟ ଦେଶରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇନି କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...
24 ଘଣ୍ଟାରେ ଦେଶରେ 24,010 ନୂଆ ଆକ୍ରାନ୍ତ ଚିହ୍ନଟ, 355 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 24 ହଜାର 010ଟି କୋରୋନା ପଜିଟିଭ ରିପୋର୍ଟ ହୋଇଛି। ଏହାସହ 355 ଜଣଙ୍କର ମୃତ୍ୟୁ ହୋଇଛି । ସଦ୍ୟତମ ରିପୋର୍ଟକୁ ମିଶାଇ 99 ଲକ୍ଷ 56 ହଜାର 558ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା ।
ଅନ୍ୟପଟେ 99 ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ 94 ଲକ୍ଷ 89 ହଜାର 740 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ 3 ଲକ୍ଷ 22 ହଜାର 366 ଜଣ ଚିକିତ୍ସାଧୀନ ଅଛନ୍ତି। ନୂଆ ମୃତ୍ୟୁ ରିପୋର୍ଟକୁ ମିଶାଇ ମୋଟ 1 ଲକ୍ଷ 44 ହଜାର 740 ଜଣଙ୍କର ମୃତ୍ୟୁ ହୋଇଛି।