ନୂଆଦିଲ୍ଲୀ : କୋରୋନାରୁ ରକ୍ଷା ପାଇବା ପାଇଁ ମାସ୍କକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି । ଏପରିକି ଅନେକ ସଂଗଠନ ପକ୍ଷରୁ ମଧ୍ୟ ଗରିବ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଉଛି । ଦିଲ୍ଲୀର ଚିତ୍ତରଞ୍ଜନ ପାର୍କ ଅଞ୍ଚଳରେ ରହୁଥିବା 24 ବର୍ଷୀୟ ସୌରଭ ଓ ତାଙ୍କ ମାଆ ମିଶି ଗରିବ ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି । ମାସ୍କ ବାଣ୍ଟନ୍ତୁ ଓ ସୁରକ୍ଷିତ ରୁହନ୍ତୁ ,‘‘ପିକ ଓ୍ବାନ ସେଫ ଓ୍ବାନ’’ ଏଭଳି ଭାବରେ ଏକ ନିଆରା ଉଦ୍ୟମ ସେ ଆରମ୍ଭ କରିଛନ୍ତି ।
ସିନେମାଟୋଗ୍ରାଫର ସୌରଭ ଦାସ ଏ-ପର୍ଯ୍ୟନ୍ତ 2,000ରୁ ଅଧିକ ମାସ୍କ ବାଣ୍ଟିସାରିଛନ୍ତି । ଏହି ମାସ୍କ ଗୁଡିକୁ ଯାହା ତାଙ୍କ ମା ଲକ୍ଷ୍ମୀ ଘରେ ତିଆରି କରନ୍ତି । ପ୍ରତିଦିନ ପ୍ରାୟ 25ରୁ 40 ମାସ୍କ ତିଆରି କରିନ୍ତି । ଏବଂ 5ଟି ବାକ୍ସରେ ସେ ସବୁ ମାସ୍କକୁ ଚିତ୍ତରଞ୍ଜନ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଖନ୍ତି । ଏପରିକି ଯେଉଁ ବ୍ୟକ୍ତି ମାସ୍କ ଭୁଲିଯାଇଥିବେ ସେ ମଧ୍ୟ ସେହି ବାକ୍ସରୁ ଗୋଟିଏ ମାସ୍କ ନେଇପାରିବେ ।