ଓଡିଶା

odisha

By

Published : Apr 9, 2020, 8:03 PM IST

ETV Bharat / bharat

ଜମ୍ମୁ-କାଶ୍ମୀରରେ 24ଟି ନୂଆ କୋରୋନା ମାମଲା, ସଂକ୍ରମିତ ସଂଖ୍ୟା 184କୁ ବୃଦ୍ଧି

ଜମ୍ମୁ-କାଶ୍ମୀରରେ 24ଟି ନୂତନ କୋରୋନା ପଜିଟିଭ ମାମଲା ଆସିଛି । ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା 184କୁ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜାମ୍ମୁ କାଶ୍ମୀରରେ 24 ଟି ନୂଆ କୋରୋନା ମାମଲା
ଜମ୍ମୁ-କାଶ୍ମୀରରେ 24ଟି ନୂଆ କୋରୋନା ମାମଲା, ସଂକ୍ରମିତ ସଂଖ୍ୟା 184କୁ ବୃଦ୍ଧି

ଶ୍ରୀନଗର: ଗୁରୁବାର ଜମ୍ମୁ-କାଶ୍ମୀରରେ 24ଟି ନୂଆ କୋରୋନା ପଜିଟିଭ ମାମଲା ଆସିଥିବା ବେଳେ ସମୁଦାୟ ଅଞ୍ଚଳରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 184ରେ ପହଞ୍ଚିଛି । ସରକାରୀ ମୁଖପାତ୍ର ରୋହିତ କାନସାଲ କହିଛନ୍ତି ଯେ, କାଶ୍ମୀରରେ 24ଟି ନୂତନ ପଜିଟିଭ ମାମଲା ସମେତ ମୋଟ 184 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିମଧ୍ୟରେ ଜମ୍ମୁରେ 32 ଜଣ ଓ କାଶ୍ମୀରରେ 152 ଜଣ ଅଛନ୍ତି ।

ଗୁରୁବାର ଆସିଥିବା ରିପୋର୍ଟ ଆନୁସାରେ ସମସ୍ତ 24ଟି ପଜିଟିଭି ମାମଲା କାଶ୍ମୀର ବିଭାଗର ବୋଲି ଜଣାପଡିଛି । ଅର୍ଥାତ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ କୋରୋନା 184 ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 10 ଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେହିପରି ଜମ୍ମୁ-କାଶ୍ମୀରରେ 169ଟି ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ 31ଟି ଜମ୍ମୁ ବିଭାଗରେ ଏବଂ 138ଟି କାଶ୍ମୀର ବିଭାଗରେ ଅଛି ।

@IANS

ABOUT THE AUTHOR

...view details