ଓଡିଶା

odisha

ETV Bharat / bharat

ଜୁଆ ଆଡ୍ଡାରେ ଚଢାଉ; 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ, 24 ଗିରଫ - 24ଗିରଫ

ବେଙ୍ଗାଲୁରୁ ପୋଲିସ ଗତକାଲି ରାତିରେ ଜୁଆ ଆଡ୍ଡାକୁ ରେଡ କରିଛି । ଘଟଣାସ୍ଥଳରୁ 24ଜଣଙ୍କୁ ଗିରଫ କରିବା ସହିତ ନଗଦ 3ଲକ୍ଷ 51ହଜାର ଟଙ୍କା ଜବତ କରିଛି ।

24-arrested-while-playing-gambling-den
ଜୁଆ ଖେଳି 24 ଗିରଫ

By

Published : Sep 27, 2020, 5:52 PM IST

ବେଙ୍ଗାଲୁରୁ: ଅପରାଧ ଜାଲରେ ଫସିଛି ରାଜ୍ୟ । କର୍ଣ୍ଣାଟକର କାଲାବୁରଗିରେ ବଢି ଚାଲିଛି ଜୁଆ ଆଡ୍ଡା। ଗତ ରାତିରେ ପୋଲିସ ଚଢାଉ କରି 24 ଜଣଙ୍କୁ ଗିରଫ କରିଛି ।

ରାଜ୍ୟରେ କମିବାର ନାଁ ନେଉନି ଅପରାଧ । ବଢି ଚାଲିଛି ଅପରାଧ । କର୍ଣ୍ଣାଟକର କୋଲୁଆ ଗାଁରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା । 24ଜଣଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ନଗଦ 3 ଲକ୍ଷ 51ହଜାର 60ଟଙ୍କା ଜବତ କରିଛି କର୍ଣ୍ଣାଟକ ପୋଲିସ ।

ପୋଲିସ ଘଟଣାର ଅଧିକ ତଦନ୍ତ କରି ଜୁଆ ଆଡ୍ଡାଗୁଡିକୁ ରେଡ କରିବ ବୋଲି କାଲାବୁରଗି ପୋଲିସ କମିଶନର ଏନ ସତୀଶ କୁମାର କହିଛନ୍ତି ।

ABOUT THE AUTHOR

...view details