ଓଡିଶା

odisha

By

Published : Dec 18, 2020, 10:08 AM IST

ETV Bharat / bharat

ଦେଶରେ କୋରୋନା ଡାଉନଟ୍ରେଣ୍ଡ, ଦିନକରେ ଚିହ୍ନଟ ହେଲେ 22,889 ଆକ୍ରାନ୍ତ

24 ଘଣ୍ଟାରେ ଦେଶରେ 22,889 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 99 ଲକ୍ଷ 79 ହଜାର 447ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦିନକରେ ଚିହ୍ନଟ ହେଲେ 22,889 ନୂଆ ଆକ୍ରାନ୍ତ
ଦିନକରେ ଚିହ୍ନଟ ହେଲେ 22,889 ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ କୋରୋନା ମାମଲା ହ୍ରାସ ପାଉଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 22,889 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 99 ଲକ୍ଷ 79 ହଜାର 447ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗତ 24 ଘଣ୍ଟାରେ 31,087 ଆକ୍ରାନ୍ତ ସୁସ୍ଥକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 95 ଲକ୍ଷ 20 ହଜାର 827ରେ ପହଞ୍ଚିଛି । ତେବେ ଏବେବି ଦେଶରେ 3 ଲକ୍ଷ 13 ହଜାର 831 ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଗୋଟିଏ ଦିନରେ ଦେଶରୁ 338 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ଏଯାବତ୍ 1 ଲକ୍ଷ 44 ହଜାର 789ରେ ପହଞ୍ଚିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details