ଓଡିଶା

odisha

ETV Bharat / bharat

ମାଲେସିଆରୁ ଫେରିଲେ 225 ଭାରତୀୟ - ଏୟାର ଇଣ୍ଡିଆ ବିମାନ ଏଆଇ-1377

ବନ୍ଦେ ଭାରତ ମିଶନ ଅଧୀନରେ ମାଲେସିଆର କୁଆଲାଲୁମ୍ପୁରରୁ 225 ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଏଆଇ-1377 ବୁଧବାର ସକାଳେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି।

_bande bharat misson
ମାଲେସିଆରୁ ଫେରିଲେ 225 ଭାରତୀୟ

By

Published : May 13, 2020, 9:35 AM IST

ମୁମ୍ବାଇ: ମାଲେସିଆରୁ ଫେରିଲେ 225 ଭାରତୀୟ । ବନ୍ଦେ ଭାରତ ମିଶନ ଅଧୀନରେ ମାଲେସିଆର କୁଆଲାଲୁମ୍ପୁରରୁ 225 ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଏଆଇ-1377 ବୁଧବାର ସକାଳେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ସେହିପରି ଗତ ମଙ୍ଗଳବାର ବାଂଲାଦେଶର ଢାକାରୁ 169 ଡାକ୍ତରୀ ଛାତ୍ରଙ୍କୁ ନେଇ ଏକ ଏୟାର ଇଣ୍ଡିଆ ବିମାନ ଶ୍ରୀନଗରରେ ପହଞ୍ଚିଥିଲା ।

ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ, ଗତ ମେ 7ରୁ ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ୱାରା ପରିଚାଳିତ 31ଟି ଇନବାଉଣ୍ଡ ବିମାନରେ 5 ଦିନ ମଧ୍ୟରେ ମୋଟ 6037 ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଛନ୍ତି । ଏହି ମିଶନ ଅଧୀନରେ ନାଗରିକ ମନ୍ତ୍ରଣାଳୟ ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ବିମାନ ଚଳାଚଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରୁଛି ବୋଲି ମନ୍ତ୍ରଣାଳୟ କହିଛି।

ଏୟାର ଇଣ୍ଡିଆ ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆମେରିକା, ବ୍ରିଟେନ ବାଂଲାଦେଶ, ସିଙ୍ଗାପୁର, ସାଉଦି ଆରବ, କୁଏତ, ଫିଲିପାଇନ୍ସ,, ୟୁଏଇ ଏବଂ ମାଲେସିଆ ସମେତ 12 ଟି ଦେଶକୁ ମୋଟ 64 ବିମାନ (42 ଟି ଏୟାର ଇଣ୍ଡିଆ ଏବଂ 24 ଟି ଏଆଇ ଏକ୍ସପ୍ରେସ) ଚଳାଉଛି। ତେବେ ପ୍ରଥମ ପର୍ଯ୍ୟାୟରେ 14800 ଭାରତୀୟ ସ୍ବଦେଶ ଫେରିଛନ୍ତି । ତେବେ ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ମେ 16 ରୁ ମେ 22 ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ 31 ଟି ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଫିଡର ଫ୍ଲାଇଟ୍ ସମେତ 149 ଟି ବିମାନ ଚଳାଚଳ କରାଯିବ ବୋଲି ସୂତ୍ରରୁ ପ୍ରକାଶ।

ABOUT THE AUTHOR

...view details