ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଦେଶରେ ବହୁ ସଂଖ୍ୟାରେ କୋରୋନା ପରୀକ୍ଷା କରାଯାଉଛି । ତେବେ ଅଗଷ୍ଟ 6 ସୁଦ୍ଧା ଦେଶରେ 2,21,49, 351 କୋରୋନା ପରୀକ୍ଷା ସରିଛି ବୋଲିଛି ଆଇସିଏମଆର ଗୁରୁବାର ସୂଚନା ଦେଇଛି ।
ଅଗଷ୍ଟ 6 ସୁଦ୍ଧା ଦେଶରେ ସରିଛି 2,21,49,351 କୋରୋନା ଟେଷ୍ଟ: ICMR - health ministry
ଅଗଷ୍ଟ 6 ସୁଦ୍ଧା ଦେଶରେ 2,21,49,351 କୋରୋନା ପରୀକ୍ଷା ସରିଛି ବୋଲିଛି ଆଇସିଏମଆର ଗୁରୁବାର ସୂଚନା ଦେଇଛି ।

ଅଗଷ୍ଟ 6 ସୁଦ୍ଧା ଦେଶରେ ରିଛି 2,21.49,351 କୋରୋନା ପରୀକ୍ଷା
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟ ମୁତାବକ, 24 ଘଣ୍ଟାରେ ଦେଶରେ 6,64,949 କୋରୋନା ପରୀକ୍ଷା କରାଯାଇଛି । ପ୍ରକାଶ ଥାଉକି, ଦେଶରେ ଗତ 24 ଘଣ୍ଟାରେ 56282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 904 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19,64, 537ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 13,28,337 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 5,95,501 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏଥିସହ ଦେଶରେ ବର୍ତ୍ତମାନ କୋରୋନା ମୃତ୍ୟୁ ସଂଖ୍ୟା 40,699ରେ ପହଞ୍ଚିଛି ।