ମୁମ୍ବାଇ: ଗମ୍ଭୀର ହେଉଛି ମହାରାଷ୍ଟ୍ରର ସ୍ଥିତି । ପ୍ରତିଦିନ ବଢୁଛି ଶତାଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କୋରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଏହି ରାଜ୍ୟ । ତେବେ ଆଜି ରାଜ୍ୟରେ 221 କୋରୋନା ପଜିଟିଭ ମାମଲା ଆସିଛି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ କୋରୋନା ନେଲା 22 ମୁଣ୍ଡ, 221 ପଜିଟିଭ - coronacombat
ମହାରାଷ୍ଟ୍ରରେ ଗୋଟିଏ ଦିନରେ କୋରୋନା ନେଲା 22 ମୁଣ୍ଡ । 221 ଜଣଙ୍କର ଆସିଲା ପଜିଟିଭ ରିପୋର୍ଟ । ଅଧିକ ପଢନ୍ତୁ...
![ମହାରାଷ୍ଟ୍ରରେ ଗୋଟିଏ ଦିନରେ କୋରୋନା ନେଲା 22 ମୁଣ୍ଡ, 221 ପଜିଟିଭ 221 new COVID19 cases & 22 deaths reported in the state today](https://etvbharatimages.akamaized.net/etvbharat/prod-images/768-512-6767440-863-6767440-1586705691428.jpg)
ପ୍ରତିକାତ୍ମକ ଫଟୋ
ଗୋଟିଏ ଦିନରେ ମହାମାରୀ କୋରୋନା ନେଇଛି 22 ଜଣଙ୍କ ପ୍ରାଣ। ମୃତକଙ୍କ ଭିତରୁ 16 ଜଣ ମୁମ୍ବାଇର ହୋଇଥିବା ବେଳେ ପୁଣେର 3ଜଣ, ନାଭି ମୁମ୍ବାଇର 2 ଜଣ ଏବଂ ସୋଲାପୁରର ଜଣେ ରହିଛନ୍ତି । ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1982ରେ ପହଞ୍ଚିଛି ।
@ANI