ଓଡିଶା

odisha

By

Published : Jan 22, 2020, 8:06 AM IST

Updated : Jan 22, 2020, 10:55 AM IST

ETV Bharat / bharat

ଦିଲ୍ଲୀରେ ଘନ କୁହୁଡି, ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ବୁଧବାର ସକାଳୁ ଦିଲ୍ଲୀର ତାପମାତ୍ରା  7 ଡିଗ୍ରୀ ରେକର୍ଡ କରାଯାଇଛି । ଲୋ ଭିଜିବିଲିଟି ଯୋଗୁଁ ଦିଲ୍ଲୀରୁ ଚଳାଚଳ ହେଉଥିବା 22ଟି ଟ୍ରେନ ଓ 30ଟି ବିମାନ ବିଳମ୍ବରେ ଚାଲୁଛି ।

low-visibility-in-new-delhi
ଦିଲ୍ଲୀରେ ଘନ କୁହୁଡି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତାପମାତ୍ରା ପୁଣିଥରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ବୁଧବାର ସକାଳୁ ଦିଲ୍ଲୀର ତାପମାତ୍ରା 7 ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଥଣ୍ଡା ସହ ସେଠାରେ ଘନ କୁହୁଡି ମଧ୍ୟ ନଜର ଆସିଛି । ଘନ କୁହୁଡି ଯୋଗୁଁ ଭିଜିବିଲିଟି 50 ମିଟରରୁ କମ ରହିଛି, ଯେଉଁଥିପାଇଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଶେଷକରି ବିମାନ ଏବଂ ଟ୍ରେନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି । ବର୍ତ୍ତମାନ ସୁଦ୍ଧା 22ଟି ଟ୍ରେନ ବିଳମ୍ବରେ ଚାଲୁଛି ।

ଦିଲ୍ଲୀରେ ଘନ କୁହୁଡି

ସେପଟେ ଏହାର ପ୍ରଭାବ ବିମାନ ଚଳାଚଳ ଉପରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଦିଲ୍ଲୀ ବିମାନ ବନ୍ଦର ରନୱେର ଭିଜିବିଲିଟି ପ୍ରାୟ 150 ମିଟର ରହିଛି । ଲୋ ଭିଜିବିଲିଟି ଯୋଗୁଁ ଦିଲ୍ଲୀରୁ ଚଳାଚଳ ହେଉଥିବା 30ଟି ବିମାନ ବିଳମ୍ବରେ ଉଡାଣ ଭରିବ ବୋଲି ସୂଚନା ମିଳିଛି । ଇଣ୍ଡିଗୋ ପକ୍ଷରୁ ଆଲର୍ଟ ଜାରି କରି କୁହାଯାଇଛି, ବାଗଡୋଗରା, ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟନାରେ ଲୋ ଭିଜିବିଲିଟି ଯୋଗୁଁ ସଞ୍ଚାଳନା ପ୍ରଭାବିତ ହୋଇଛି ।

Last Updated : Jan 22, 2020, 10:55 AM IST

ABOUT THE AUTHOR

...view details