କଟକ: ସିଲଭର ସିଟି କଟକ ମହାନଗର ନିଗମରୁ ପୁଣି ୨୨ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଚିହ୍ନଟ 22 ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।
ଏଥିସହ ୨ ଜଣ ପେଡ କ୍ବାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୭ ଜଣ ଲୋକାଲ କୋରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୯ ବର୍ଷୀୟ ସିଏମସି ଷ୍ଟାଫ ଅରୁଣଦୋୟ ମାର୍କେଟରୁ ଚିହ୍ନଟ ହୋଇଛନ୍ତି, ବାଦାମବାଡ଼ି ରକ୍ସିଲେନ ଅଞ୍ଚଳରୁ ଜଣେ ୨୫ ବର୍ଷର ଯୁବକ , ଚାଉଳିଆଗଞ୍ଜ ଥାନରୁ ଜଣେ ୩୪ ବର୍ଷର ଯୁବକ, ମଙ୍ଗଳାବାଗ ଅଞ୍ଚଳରୁ ଜଣେ ୫୩ ବର୍ଷର ବ୍ୟକ୍ତି, ମହାନଦୀ ବିହାର ଅଞ୍ଚଳରୁ ଜଣେ ୪୦ ବର୍ଷର ମହିଳା, କଟକ ବଡ଼ ମେଡିକାଲ ଅଞ୍ଚଳରୁ ଜଣେ ୩୧ ବର୍ଷର ଯୁବକ (କରୋନା ଯୋଦ୍ଧା) ଓ ଜଣେ କ୍ୟାଣ୍ଟେନ ମେଣ୍ଟ ଅଞ୍ଚଳରୁ ୫୦ ବର୍ଷର ପୁରୁଷ କରୋନା ପଜେଟିଭ ଚିହ୍ନଟ କରାଯାଇଛି।