ହାଇଦ୍ରାବାଦ: ଭାରତରେ ଥମିବାରେ ନାଁ ଧରୁନି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବ କିଛି ଦିନ ଅପେକ୍ଷା ଦେଶରେ ଦୃତ ଗତିରେ ବୃଦ୍ଧି ପାଉଛି ପଜିଟିଭର ମାତ୍ରା । ଏହାକୁ ରୋକିବା, ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷିତ ରହିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ଭିନ୍ନ ଭିନ୍ନ ଉପାୟ ଆପଣାଯାଉଛି । ହେଲେ ଏହା ହ୍ରାସ ପାଇବା ପରିବର୍ତ୍ତେ କାୟା ବିସ୍ତାର କରିଚାଲିଛି କୋଭିଡ-19 ।
5 ଲକ୍ଷ ନମୁନାରୁ 21 ହଜାର କୋଭିଡ-19 ପଜିଟିଭ: ଆସିଏମଆର - covid-19
ଗୁରୁବାର 23 ଏପ୍ରିଲ ସୁଦ୍ଧା 5,00,542 ନମୁନା ପରୀକ୍ଷା କରାଯାଇଛି । ଯେଉଁଥିରେ 21,797 ନମୂନା ପଜିଟିଭ ଥିବା ପ୍ରମାଣିତ ହୋଇଛି । ଅଧିକ ପଢନ୍ତୁ...
500542ଟି ନମୁନାରୁ 21797 କୋଭିଡ-19 ପଜିଟିଭ: ଆସିଏମଆର
ଏହି ପରିପେକ୍ଷିରେ 485172 ବ୍ୟକ୍ତିଙ୍କ ଠାରୁ ସଂଗ୍ରହ କରାଯାଇଥିବା ନମୂନା ଭିତରୁ କୋଭିଡ-19 ପାଇଁ ମୋଟ 500542ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି । ଯେଉଁଥିରେ ଗୁରୁବାର 23 ଏପ୍ରିଲ ସକାଳ ସୁଦ୍ଧା 21797 ନମୂନା ପଜିଟିଭ ଥିବା ପ୍ରମାଣିତ ହୋଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ।