ଓଡିଶା

odisha

ETV Bharat / bharat

ଘନ କୁହୁଡି ପାଇଁ 21 ଟ୍ରେନର ଯାତ୍ରା ବିଳମ୍ବ - fog in several parts of northern India

ଘନ କୁହୁଡି ଯୋଗୁଁ ଉତ୍ତର ଭାରତରୁ ବାହାରୁଥିବା 21ଟି ଟ୍ରେନ ଶନିବାର ବିଳମ୍ବରେ ଚାଲୁଛି। ସକାଳ ସାଢେ 5ଟା ପର୍ଯ୍ୟନ୍ତ 50 ମିଟର ମଧ୍ୟରେ ଦୃଶ୍ୟମାନ ହେଉଥିଲା । ଅଧିକ ପଢନ୍ତୁ...

Northern Railway region
ଭୁବନେଶ୍ୱର: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ବର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନବନିର୍ମିତି କୋଠାର ଛାତ ଭୁଶୁଡିପଡିଛି । 60 କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେଉଥିଲା ବିଲ୍ଡିଂ। 15ରୁ 20 ଜଣ କାମ କରୁଥିଲେ। ତେବେ ଆଜି ରାତି ପ୍ରାୟ 10ଟା 30ରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଛି । ତେବେ ଘଟଣାସ୍ଥଳରେ ପୋଲିସ, ଦମକଳବାହିନୀ ଓ ଓଡ୍ରାଫ ଟିମ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଭୁଶୁଡିବାର କାରଣ ଅସ୍ପଷ୍ଟ ରହିଛି। ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାର

By

Published : Jan 25, 2020, 1:03 PM IST

ନୂଆଦିଲ୍ଲୀ: ତାପମାତ୍ରା ପୁଣି ଥରେ ହ୍ରାସ ପାଇଛି। ଘନ କୁହୁଡୁ ଯୋଗୁଁ ଉତ୍ତର ରେଲବାଇ ପକ୍ଷରୁ ପରିଚାଳିତ ହେଉଥିବା 21ଟି ଟ୍ରେନ ଶନିବାର ବିଳମ୍ବରେ ଚାଲୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତରପ୍ରଦେଶ ଓ ଆସାମର ବିଭିନ୍ନ ସ୍ଥାନରେ ଘନ କୁହୁଡି ହୋଇଛି।

ଘନ କୁହୁଡି ଯୋଗୁଁ ଆସାମର ଦିବ୍ରୁଗଡ,ବରେଲି ଓ ଗୋରଖପୁରରେ ସକାଳ 5ଟା ସୁଦ୍ଧା 50 ମିଟର ମଧ୍ୟରେ ଦେଖିହେଉଛି। ସେହିପରି ଉତ୍ତର ପ୍ରଦେଶର ବହରାଇଚ, ସୁଲତାନପୁରରେ ଦୃଶ୍ଯମାନ 50 ମିଟରରୁ କମ ରହିଛି। ଯେଉଁଥିପାଇଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଶେଷକରି ବିମାନ ଏବଂ ଟ୍ରେନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି।

ଉତ୍ତର ଭାରତରେ ମଧ୍ୟ ଖସିବ ପାରଦ ବଢିବ ଥଣ୍ଡା। ୨ରୁ୩ ଡିଗ୍ରିକୁ ଖସିପାରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା। 28 କିମ୍ବା 29 ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କୁହୁଡି ପାଇଁ ଉତ୍ତର ଭାରତରେ 12ଟି ଟ୍ରେନ ବିଳମ୍ବରେ ଚାଲିଛି।

ABOUT THE AUTHOR

...view details