ଓଡିଶା

odisha

ETV Bharat / bharat

21ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସର୍ବାଧିକ ଆରୋଗ୍ୟ ହାର - corona virus

ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାସହ କୋଭିଡରେ ଲୋକ ଅଧିକ ସୁସ୍ଥ ମଧ୍ୟ ହେଉଛନ୍ତି । ଏହି କ୍ରମରେ ଦେଶର ପ୍ରାୟ 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ-19ରେ ସୁସ୍ଥତା ହାର ଅଧିକ ରହିଛି ।

କୋରୋନା ସୁସ୍ଥତା ହାର
କୋରୋନା ସୁସ୍ଥତା ହାର

By

Published : Jul 6, 2020, 12:17 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାସହ କୋଭିଡରେ ଲୋକ ଅଧିକ ସୁସ୍ଥ ମଧ୍ୟ ହେଉଛନ୍ତି । ଏହି କ୍ରମରେ ଦେଶର ପ୍ରାୟ 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ-19ରେ ସୁସ୍ଥତା ହାର ଅଧିକ ରହିଛି । ଏଥିରେ ଦିଲ୍ଲୀ, ଗୁଜୁରାଟ ଓ ଉତ୍ତରପ୍ରଦେଶ ମଧ୍ୟ ରହିଛି । ଏହି ସବୁ ରାଜ୍ୟରେ ସୁସ୍ଥତା ହାର ପ୍ରାୟ 60.77 ପ୍ରତିଶତ ରହିଛି । ଅନ୍ୟପକ୍ଷେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 6.73 ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ 19, 268ଜଣଙ୍କର ମୃତ୍ୟୁ ହୋଇଛି ।

ସୁସ୍ଥତା ହାର ବଢିବାର କାରଣ ଦେଶରେ ଭଲ ଚିକିତ୍ସା ଯୋଗାଇ ଦିଆଯାଇପାରୁଛି ବୋଲି ସରକାର କହିଛନ୍ତି । କୋଭିଡ-19ରୁ ହରାଇବା ପାଇଁ ସରକାରଙ୍କ ନୂଆ ରଣନୀତି କାମ ଦେଉଛି ବୋଲି କୁହାଯାଉଛି । କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ସଫଳ ସମନ୍ବୟ କାରଣରୁ ଦେଶରେ ଆରୋଗ୍ୟ ହାର ବର୍ତ୍ତମାନ ମୋଟ 4,09,082 ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ରବିବାର ଦେଶରେ ମୋଟ 2, 44,814 ଆକ୍ଟିଭ୍ କେସ ରହିଛି । 24 ଘଣ୍ଟା ମଧ୍ୟରେ 14,856 ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details