ଗାନ୍ଧୀନଗର: ଗୁଜୁରାଟରେ କୋରୋନା ଆତଙ୍କ ବଢିବାରେ ଲାଗିଛି । ଗୁରୁବାର ଅପରାହ୍ନରେ ନୂଆ 21ଟି ରିପୋର୍ଟ ସାମନାକୁ ଆସିଛି । ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।
ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 262 ଛୁଇଁଛି । ଏମାନଙ୍କ ମଧ୍ୟରୁ 212 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । 3 ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । 4 ଜଣଙ୍କୁ କ୍ବାରେଣ୍ଟାଇନରେ ରଖି ନିରୀକ୍ଷଣ କରାଯାଉଛି । ଏମାନେ କୋରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି ।