ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ମଧ୍ୟ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଜାରି ରହିଛି ଲକଡାଉନ । ସାରା ଦେଶରେ ଦୋକାନବଜାର ସମେତ ବନ୍ଦ ରହିଛି ଗାଡିମଟର ଚଳାଚଳ । କୋରୋନା ସଙ୍କଟ ମଧ୍ୟରେ ଭାରତରେ ଜାରି ଲକଡାଉନକୁ ନେଇ ବଡ ବୟାନ ଦେଇଛନ୍ତି ୟୁରୋପର ବିଶେଷଜ୍ଞ ଦଳ । ଭାରତରେ ମୋଦିଙ୍କ ଦ୍ବାରା ଲାଗୁ ହୋଇଥିବା ଲକଡାଉନ କୋରୋନାକୁ ପ୍ରତିହତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଏହି ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି ।
ୟୁରୋପୀୟ ବିଶେଷଜ୍ଞ ଦଳଙ୍କ କହିବା ଅନୁସାରେ 21 ଦିନିଆ ଲକଡାଉନ ଲାଗୁ କରି କୋରୋନା ବିରୁଦ୍ଧରେ ଲଢିବା ପାଇଁ ଭାରତର ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ଦିଗରେ ପଦକ୍ଷେପ ନେଇଛି । 130 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଲକଡାଉନ ଏତେ ସହଜ ନୁହେଁ । ତେଣୁ ଭାରତ ଭଳି ଦେଶରେ ଏହାର ବିଶାଳ ଜନ ସଂଖ୍ୟା , ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ, ମଧ୍ୟରେ 'ସାମାଜିକ ଦୂରତା' କେବଳ ଏକ ପରିକଳ୍ପନା ନୁହେଁ ବରଂ ଅସମ୍ଭବ ପରି ମନେହୁଏ ।
EFSAS ର ନିର୍ଦ୍ଦେଶକ ଜୁନାଦ କୁରେଶି କହିଛନ୍ତି, ମୋ ମତରେ, କୋରୋନା ବିରୋଧରେ ଲଢେଇରେ ଲକଡାଉନ ଏକ ଭଲ ଏବଂ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ମହାମାରୀ, କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ୟୁରୋପୀୟ ସମେତ ଅନ୍ୟ ଦେଶଗୁଡିକ ଆକ୍ରମଣାତ୍ମକ ପଦକ୍ଷେପ ନେବା ପାଇଁ ବହୁ ସମୟ ନେଇଥିବା ବେଳେ ଭାରତ ଏହାର ସୀମା ବନ୍ଦ କରିବାରେ ତତ୍ପରତା ଦେଖାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଲା ସାରା ଦେଶରେ ତାଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସରକାର ଖୁବ୍ ଶୀଘ୍ର ହୃଦୟଙ୍ଗମ କରିଛନ୍ତି ଯେ ଏହି ମହାମାରୀର ଭାରତ ଭଳି ଦେଶରେ ବ୍ୟାପିବା ବିଶ୍ବ ବିପର୍ଯ୍ୟୟର କାରଣ ହୋଇପାରେ।