ମୁମ୍ବାଇ: ମହାରାଷ୍ଟ୍ରରେ ଗତ କିଛିଦିନ ଧରି ବାହାରୁଥିବା କୋରୋନା ପଜିଟିଭରେ ମଙ୍ଗଳବାର ସାମାନ୍ୟ ହ୍ରାସ ଘଟିଛି । ତଥାପି ଏହା 2000 ଉପରେ ରହିଛି । 24 ଘଣ୍ଟାରେ ଏଠାରେ 2091ଟି କେସ ବାହାରିଛି ।
ତେବେ ମୁମ୍ବାଇରେ ଗୋଟିଏ ଦିନର ଆକ୍ରାନ୍ତ ସଂଖ୍ୟା ରେକର୍ଡ କରିଛି । ପ୍ରଥମ ଥର ଏହା 1000 ଉପରେ ରହିଛି । ମଙ୍ଗଳବାର ମାୟା ନଗରୀରେ 1002 ପଜିଟିଭ ବାହାରିଛନ୍ତି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32 ହଜାର 791 ପହଞ୍ଚିଛି । ସେହିପରି 24 ଘଣ୍ଟାରେ 39 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 1065 ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।