ନୂଆଦିଲ୍ଲୀ: ଦେଶରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପରିବେଶ ଖରାପ କରୁଛନ୍ତି ବାମପନ୍ଥୀ ବିଚାରଧାରା ସହ ଜଡିତ ଲୋକ। ବାମପନ୍ଥୀ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା କାର୍ଯ୍ୟକର୍ତ୍ତା ଶିକ୍ଷାନୁଷ୍ଠାନର ପରିବେଶ ଖରାପ କରିବାରେ ଲାଗିପଡିଛନ୍ତି। ରାଜନୀତି ନାଁ ସେମାନେ ଅତିବାଦୀ ବାମପନ୍ଥୀ ଏଜେଣ୍ଡାକୁ ଆଗକୁ ବଢାଉଥିବା ଅଭିଯୋଗ କରିଛନ୍ତି ଦେଶର ୨୦୦ରୁ ଊର୍ଦ୍ଧ୍ବ ଶିକ୍ଷାନୁଷ୍ଠାନ ଜଗତର ବିଦ୍ଵାନ। ଏନେଇ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠି ଲେଖିଥିବା ଲୋକଙ୍କ ମଧ୍ୟରୁ ପ୍ରତିଷ୍ଠିତ ବିଶ୍ଵ ବିଦ୍ୟାଳୟର କୁଳପତି ମଧ୍ୟ ସାମିଲ ଅଛନ୍ତି।
ବାମପନ୍ଥୀ ଚିନ୍ତାଧାରା ବିରୋଧରେ ପିଏମ ମୋଦିଙ୍କୁ ଚିଠି - ଶିକ୍ଷାଅନୁଷ୍ଠାନର ପରିବେଶ ଖରାପ କରୁଛି ବାମପନ୍ଥୀ ୱିଂଗ
ବାମପନ୍ଥୀ ବିଚାରଧାରା ସହ ଜଡିତ ଲୋକ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ଖରାପ କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦେଶର ୨୦୦ରୁ ଉର୍ଦ୍ଧ୍ବ ଶିକ୍ଷାନୁଷ୍ଠାନ ଜଗତର ବିଦ୍ଵାନ।
ଏହି ପତ୍ର ଲେଖିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ହରି ସିଂହ ଗୌର ବିଶ୍ଵବିଦ୍ୟାଳୟର କୁଳପତି ଆରପି ତିଓ୍ଵାରୀ, ସାଉଥ ବିହାର ସେଣ୍ଟ୍ରାଲ ବିଶ୍ଵବିଦ୍ୟାଳୟର କୁଳପତି ଏଚସିଏସ ରାଠୋର ଓ ସର୍ଦ୍ଦାର ପଟେଲ୍ ବିଶ୍ଵବିଦ୍ୟାଳୟର ଶିରିଷ କୁଲକର୍ଣ୍ଣୀ। ଶିକ୍ଷାନୁଷ୍ଠାନରେ ବାମପନ୍ଥୀ ଗୋଷ୍ଠୀର ଅରାଜକତା ବିରୋଧରେ ଲେଖା ହୋଇଥିବା ଚିଠିରେ ମୋଟ୍ ୨୦୮ଟି ଶିକ୍ଷାନୁଷ୍ଠାନର ବିଦ୍ଵାନ ହସ୍ତାକ୍ଷର କରିଛନ୍ତି।
ବାମପନ୍ଥୀ ଚିନ୍ତାଧାରା ସହ ସହ ଜଡିତ ଗୋଷ୍ଠୀକୁ ଟାର୍ଗେଟ କରି ଏହି ଚିଠିରେ ଲେଖାଯାଇଛି, ‘ବାମପନ୍ଥୀ ଗୋଷ୍ଠୀଙ୍କ ପକ୍ଷରୁ ଲଗାଯାଇଥିବା ସେନସରସିପ ଯୋଗୁଁ ସ୍ବାଧୀନ ଭାବରେ କିଛି କହିବା ଏବଂ ସାର୍ବଜନୀନ କାର୍ଯ୍ୟକ୍ରମ କରିବା କଷ୍ଟକର ହୋଇପଡିଛି।’