ଓଡିଶା

odisha

By

Published : Dec 30, 2020, 10:16 AM IST

ETV Bharat / bharat

24 ଘଣ୍ଟାରେ 20,550 ନୂଆ ଆକ୍ରାନ୍ତ ଚିହ୍ନଟ, 286 ମୃତ

ଡରାଉଛି କୋରୋନାର ନୂଆ ଷ୍ଟ୍ରେନ । ବର୍ତ୍ତମାନ ବ୍ରିଟେନରୁ ଫେରିଥିବା 20 ଜଣଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ନଜର ଆସିଛି । ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା। ଅଧିକ ପଢନ୍ତୁ...

24 ଘଣ୍ଟାରେ  20,550 ନୂଆ ପଜିଟିଭ ରିପୋର୍ଟ, 286 ମୃତ
24 ଘଣ୍ଟାରେ 20,550 ନୂଆ ପଜିଟିଭ ରିପୋର୍ଟ, 286 ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ କମ ହେବାରେ ଲାଗିଥିବାବେଳେ, ଅନ୍ୟପଟେ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନାର ନୂଆ ଷ୍ଟ୍ରେନ। ବର୍ତ୍ତମାନ ବ୍ରିଟେନରୁ ଫେରିଥିବା 20 ଜଣଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ନଜର ଆସିଛି । ପୂର୍ବରୁ 6 ଜଣ ଥିବାବେଳେ, ଏବେ ଏହା ବୃଦ୍ଧି ପାଇଛି।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବା କଲ୍ୟାଣ ମନ୍ତ୍ରାଳୟର ଦୈନିକ ରିପୋର୍ଟ ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 20 ହଜାର 550ଟି ପଜିଟିଭ ରିପୋର୍ଟ ହୋଇଛି। ସେଥିରୁ 286 ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ 1 କୋଟି 02 ଲକ୍ଷ 44 ହଜାର 853ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା। ସେହିପରି ନୂଆ ରିପୋର୍ଟକୁ ମିଶାଇ 1 ଲକ୍ଷ 48 ହଜାର 439ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।

ସେହିପରି ମଙ୍ଗଳବାର 26 ହଜାର 572ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ମୋଟ 98 ଲକ୍ଷ 34 ହଜାର 141କୁ ବୃଦ୍ଧି ପାଇଛି ଏହି ସଂଖ୍ୟା। ତେବେ ବର୍ତ୍ତମାନ 2 ଲକ୍ଷ 62 ହଜାର 272 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ABOUT THE AUTHOR

...view details