ଓଡିଶା

odisha

ETV Bharat / bharat

ଯୁବପିଢିଙ୍କ ହାତରେ ଗାଁର ବିକାଶ - development

ଗାଁ ଯୁବକଙ୍କ ହାତରେ ଗ୍ରାମ୍ୟ ବିକାଶ । ଗ୍ରାମାଞ୍ଚଳରେ ହିଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଲେ ଯୁବପିଢିମାନେ ବାହାର ରାଜ୍ୟକୁ କାମ ସନ୍ଧାନରେ ଯିବେ ନାହିଁ । ତେଣୁ ବିକାଶ ଉଭୟ ଯୁବପିଢି ଓ ଗ୍ରାମର ହେବା ଜରୁରୀ । ସେଥିପାଇଁ ପ୍ରତି ବର୍ଷ ଗ୍ରାମ୍ୟ ବିକାଶ ରିପୋର୍ଟ ପ୍ରକାଶ କରାଯାଏ ।

ଡିଜାଇନ ଫଟୋ

By

Published : Jul 2, 2019, 8:36 PM IST

ହାଇଦ୍ରାବାଦ: ବିଶ୍ବର 120 କୋଟି ଯୁବପିଢିଙ୍କ ମଧ୍ୟରୁ ପ୍ରାୟ 100କୋଟି ଯୁବକଙ୍କ ବୟସ 15-24 ବର୍ଷ ମଧ୍ୟରେ ରହିଛି । ଆଶ୍ଚର୍ଯ୍ୟର କଥା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଯୁବକଙ୍କ ସଂଖ୍ୟା ଅଧିକ । 2019 ଗ୍ରାମାଞ୍ଚଳ ବିକାଶ ରିପୋର୍ଟ ଅନୁସାରେ ଅର୍ଥନୀତି ଦୁର୍ବଳ ଥିବା ଦେଶ ଗୁଡିକରେ ଯୁବକଙ୍କ ସଂଖ୍ୟା ଅଧିକ । ଯୁବକଙ୍କ ଜନସଂଖ୍ୟା ବୃଦ୍ଧି ଦେଶର ବିକାଶ ପାଇଁ ଶୁଭ ହେବା ସହ ଦାରିଦ୍ର୍ୟତା ଶେଷ କରିବାରେ ମଧ୍ୟ ସହାୟତା ହେବ । ଗ୍ରାମାଞ୍ଚଳର ଯୁବକ ସାଧାରଣତଃ ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ ହୋଇଥାଆନ୍ତି ।

ସେମାନେ ମୁଖ୍ୟତଃ ଶସ୍ୟ ଉତ୍ପାଦନ କରି ସମଗ୍ର ଦେଶକୁ ଖାଦ୍ୟ ଯୋଗାନ୍ତି । ତାଙ୍କ ପାଖରେ ସେତିକି ସାମର୍ଥ୍ୟ ଅଛି ଯେ ସେମାନେ ସମଗ୍ର ବିଶ୍ବକୁ ଖାଦ୍ୟ ଯୋଗାଇ ପାରିବେ ଓ ବିଶ୍ବର ଏକ ବଡ ସମସ୍ୟାର ସମାଧାନ କରିପାରିବେ ।

ପୋଷଣୀୟ ଉତ୍ସର ବିକାଶ ପାଇଁ ଯୁବପିଢି ହେଉଛନ୍ତି ଦେଶର ମୁଖ୍ୟ ଚାବିକାଠି । ଯଦି ସେମାନଙ୍କୁ ସଠିକ ଭାବରେ ସବୁ ସୁବିଧା ସୁଯୋଗ ମିଳେ ତେବେ 2030 ମଧ୍ୟରେ ଆମେ ଆମ ସ୍ବପ୍ନର ବିଶ୍ବକୁ ଆଖି ଆଗରେ ଦେଖିପାରିବା । ମାତ୍ର ସଫଳତା ରାସ୍ତାରେ ଅନେକ ପ୍ରତିବନ୍ଧକ ରହିଛି । ବିଶ୍ବରେ ପ୍ରାୟ ଏକ ତୃତୀୟାଂଶ ଯୁବପିଢି ବେକାରୀ ସମସ୍ୟାରେ ଅନ୍ତର୍ଭୁକ୍ତ । ବିଶ୍ବର ଗରିବ ଶ୍ରମିକଙ୍କ ମଧ୍ୟରୁ 15 କୋଟି କେବଳ ଯୁବକ ଓ ପ୍ରତିବର୍ଷ ପ୍ରାୟ 14 ମିଲିୟନ ଆଫ୍ରିକାନ ଯୁବକ ନିଯୁକ୍ତି ବଜାର ମଧ୍ୟକୁ ପ୍ରବେଶ କରନ୍ତି । ପ୍ରାକୃତିକ ଉତ୍ସ, ଭୂମି, ଟେକନୋଲୋଜି, ଜ୍ଞାନ, ଶିକ୍ଷା, ସୂଚନା ଆଦିକୁ ପହଞ୍ଚିବା ପାଇଁ ଯୁବପିଢିଙ୍କୁ ଏବେ ଅନେକ ବାଧାର ସମ୍ମୁଖିନ ହେବାକୁ ପଡୁଛି ଫଳରେ ସେମାନେ କୌଣସି ସୁବିଧା ସୁଯୋଗର ଲାଭ ଉଠାଇ ପାରୁନାହାଁନ୍ତି । ଗ୍ରାମାଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ନିଜର ଭାଗିଦାରୀ ଦେଇପାରୁନାହାଁନ୍ତି ବୋଲି 2019ର ରିପୋର୍ଟ କହୁଛି ।

ଅନ୍ୟପକ୍ଷେ ପରିବର୍ତ୍ତନର ତୀବ୍ର ଗତି ବିକାଶର ପାରମ୍ପରିକ ପଥକୁ ଚ୍ୟାଲେଞ୍ଜ କରୁଛି । ତେବେ ପ୍ରଶ୍ନ ଉଠେ ଏପରି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଯୁବପିଢି ନିଜକୁ କିପରି ପରିବର୍ତ୍ତନର ପାଗ, ଟେକନୋଲୋଜି, ଡିଜିଟାଲିଜିମ, ଗ୍ଲୋବାଲାଇଜେସନରେ ଆଗକୁ ବଢାଇବେ ? ଏସବୁରେ ଆଗକୁ ବଢିଲେ ହିଁ ଅର୍ଥନୀତିରେ ଗ୍ରାମ ଆଗକୁ ବଢିବ । ଗ୍ରାମାଞ୍ଚଳ ରିପୋର୍ଟ ପ୍ରସ୍ତୁତର ଉଦ୍ଦେଶ୍ୟ ହେଲା ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଉଭୟ ଯୁବପିଢି ଓ ଗ୍ରାମାଞ୍ଚଳର ବିକାଶ କରିବା । ଏହାସହ ଯୁବପିଢି ମାନେ କେଉଁ କେଉଁ ଅସୁବିଧାର ସାମ୍ନା କରୁଛନ୍ତି ତାହାର ସମୀକ୍ଷା କରିବା ।

ପ୍ରତିବର୍ଷ ଆନ୍ତର୍ଜାତୀୟ କୃଷି ବିକାଶ ଫଣ୍ଡ(IFAD) ଏହି ରିପୋର୍ଟକୁ ପ୍ରସ୍ତୁତ କରେ । ଏହା ପ୍ରସ୍ତୁତ କରିବାର ସର୍ବମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳର ବିକାଶ ହୋଇଛି କି ନାହିଁ ତାହାର ଯାଞ୍ଚ କରିବା ଓ ବ୍ୟାପକ ପରିବର୍ତ୍ତନ ଆଣିବା ମଧ୍ୟ ଏହାର ଲକ୍ଷ୍ୟ । ଗତିଶୀଳ ଗ୍ରାମୀଣ ପରିବର୍ତ୍ତନ ଦ୍ବାରା ଯୁବପିଢିଙ୍କ ବିକାଶ ସମ୍ଭବ । ତେବେ ବିକାଶ ପୁଣି ଜାତୀୟ ଓ ଗ୍ରାମୀଣ ସ୍ତରରେ ଥିବା ଯୁବପିଢିଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ । ସରକାରଙ୍କୁ ଏସବୁ ସ୍ତର ବିଷୟରେ ଭଲ ଭାବରେ ଅବଗତ ହେବା ପରେ ବିକାଶମୂଳକ ପଦକ୍ଷେପ ନେବା ଜରୁରୀ ।

ABOUT THE AUTHOR

...view details