ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ମଣ୍ଡୋଲିକୁ ଜେଲରେ 2 କର୍ମଚାରୀ ମାଡ ମାରିଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛି । ଏହି ନୋଟିସର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ଏହି ମାମଲାକୁ ଆସନ୍ତାକାଲି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମରୁ ନିର୍ଭୟା ଦୋଷୀ ପୱନ ମଣ୍ଡୋଲି ଜେଲରେ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ତାକୁ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମଣ୍ଡୋଲି ଜେଲରେ 2 ଜଣ ପୋଲିସ କର୍ମଚାରୀ ତାକୁ ମାଡ ମାରିବା ସହ ମୁଣ୍ଡକୁ ଆଘାତ କରିଥିବା ପୱନ ଅଭିଯୋଗ ଆଣିଛି ।