ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ଉପରେ ସସପେନ୍ସ ଜାରି ରହିଛି । ଏହି ମାମଲାରେ ପଟିଆଲା ହାଉସ କୋର୍ଟଙ୍କ ଆଦେଶକୁ ଦିଲ୍ଲୀ ହାଇୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ତିହାର ଜେଲ କର୍ତ୍ତୃପକ୍ଷ ଓ ଦୋଷୀଙ୍କୁ ନୋଟିସ ଜାରି କରିଛନ୍ତି । ଅନ୍ୟପକ୍ଷେ ରବିବାର ଏହି ମାମଲାରେ ପୁଣି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ ।
ନିର୍ଭୟା ମାମଲା: କାଲି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ - 2012 Delhi gang-rape case
ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ନେଇ ସସପେନ୍ସ ଜାରି । ତିହାର ଜେଲର ଅପିଲ ଉପରେ ରବିବାର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ...
ଶନିବାର ଶୁଣାଣି ସମୟରେ ସଲିସିଟର ଜେନେରାଲ ସୁଭାସ ମେହେଟ୍ଟା କହିଛନ୍ତି, ଦୋଷୀମାନେ ଲମ୍ବା ନ୍ୟାୟ ପ୍ରକ୍ରିୟାର ଲାଭ ଉଠାଉଛନ୍ତି । ଦୋଷୀମାନେ ଜଘନ୍ୟ ଅପରାଧ କରି ନ୍ୟାୟ ପ୍ରକ୍ରିୟାର ମଜାକ ଉଡାଉଛନ୍ତି । ଦୋଷୀ ବିନୟର ଦୟାଯାଚିକା ରାଷ୍ଟ୍ରପତି ଖାରଜ କରିବା ପରେ ତିହାର ଜେଲ ପ୍ରଶାସନ ଫାଶୀ ତାରିଖ ଘୋଷଣା କରିବା ପାଇଁ ଶନିବାର ପଟିଆଲା କୋର୍ଟ ସହ କଥାବାର୍ତ୍ତା ହୋଇଥିଲେ ।
ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତିଙ୍କ ନିକଟରେ ଦୟାଯାଚିକା ଦାଏର କରିଛି । ଏହା ପୂର୍ବରୁ ରାଷ୍ଟ୍ରପତି ଦୋଷୀ ମୁକେଶ ଓ ବିନୟର ଦୟା ଯାଚିକା ଖାରଜ କରିସାରିଛନ୍ତି । ସେହିପରି ଦୋଷୀ ବିନୟ ଶର୍ମାର ମଧ୍ୟ ଯାଚିକା ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ।