ବାରଣାସୀ: ଉତ୍ତର ପ୍ରଦେଶର ଐତିହ୍ୟ ଓ ସଂସ୍କୃତିର ରାଜଧାନୀ କାଶୀ । କାଶୀ ଏମିତି ଏକ ସହର ଯାହାର ନାଁ ଶୁଣିଲେ ପ୍ରତିଟି ଭାରତୀୟଙ୍କ ମନରେ ବୁଲିଯିବାର ଭାବନା ସୃଷ୍ଟି ହୁଏ । ବିଶ୍ବର ପ୍ରାଚୀନ ସହର ମଧ୍ୟରେ ଏହା ହେଉଛି ଅନ୍ୟତମ ସହର । ଯାହାର ସହର, ଗାଁ ଗଳିକନ୍ଦିରେ ମନ୍ଦିର ଥିବା ଦେଖିବାକୁ ମିଳେ । ଏହି ସହରରେ ଅନେକ ଛୋଟବଡ଼ ମନ୍ଦିର ଦେଖିବାକୁ ମିଳେ । ତେବେ ସେଠାରେ ଗୁରୁଧାମ ମନ୍ଦିର ଅଛି ଯାହା ଐତିହ୍ୟ ଓ ସଂସ୍କୃତିକୁ ବହନ କରେ ।
ଜାଣନ୍ତୁ ଗୁରୁଧାମ ମନ୍ଦିରର ଇତିହାସ
ଭେଲୁପୁର ଥାନା ଅନ୍ତର୍ଗତ ଗୁରୁଧାମ ଅଞ୍ଚଳରେ ଅଛି ଏହି ମନ୍ଦିର । 200 ବର୍ଷର ପୁରୁଣା ଏହି ମନ୍ଦିର । ଇତିହାସ କହେ 1814 ମସିହାରେ ମହାରାଜ ଜୟନାରାୟଣ ଘୋଷାଲ ଏହି ମନ୍ଦିରର ନିର୍ମାଣ କରିଥିଲେ । କୁହାଯାଏ ଯୋଗ ଦ୍ବାରା ଈଶ୍ବରଙ୍କ ପ୍ରାପ୍ତି ହୋଇ ଲୋକେ ପୂଣ୍ୟ ପ୍ରାପ୍ତି କରୁଥିଲେ । କୁହାଯାଏ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ଯୋଗ ସାଧନାର ପ୍ରମୁଖ ପୀଠସ୍ଥଳ ରହୁଥିଲା ।