ଓଡିଶା

odisha

By

Published : Sep 20, 2019, 1:43 PM IST

ETV Bharat / bharat

ଇ-ରିକ୍ସାର 20ହଜାର ଚାଲାଣ କାଟିଲା ଟ୍ରାଫିକ୍‌ ପୋଲିସ

ଭୁଲ ରାସ୍ତାରେ ଇ-ରିକ୍ସା ଚଳାଇବା ପଡିଲା ମହଙ୍ଗା । ନୂଆ ନିୟମ ଅନୁସାରେ ଟ୍ରାଫିକ୍‌ ପୋଲିସ ଏହି ଭୁଲ ପାଇଁ କାଟିଦେଲା 20ହଜାର 300 ଟଙ୍କାର ଚାଲାଣ। ଏପରି ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ସୀଲମପୁର ଅଞ୍ଚଳରେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭୁଲ ରାସ୍ତାରେ ଇ-ରିକ୍ସା ଚଳାଇବା ପଡିଲା ମହଙ୍ଗା । ନୂଆ ନିୟମ ଅନୁସାରେ ଟ୍ରାଫିକ୍‌ ପୋଲିସ କାଟିଦେଲା 20ହଜାର 300 ଟଙ୍କାର ଚାଲାଣ । ଏପରି ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ସୀଲମପୁର ଅଞ୍ଚଳରେ।

ଉମର ଫାରୁକ୍‌ ନାମକ ଏହି ଗାଡି ଚାଳକ ଜଣଙ୍କ ଭୁଲ୍‌ ରାସ୍ତାରେ ଗାଡି ଚଳାଇବାରୁ ତାଙ୍କର 20,300 ଟଙ୍କାର ଚାଲାଣ କାଟିଦେଇଛି ଟ୍ରାଫିକ୍‌ ପୋଲିସ । ଏହା ସହିତ ତାଙ୍କ ଲାଇସେନ୍ସକୁ ମଧ୍ୟ ଛଡାଇ ନେଇଛନ୍ତି ଟ୍ରାଫିକ୍‌ ପୋଲିସ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଇ-ରିକ୍ସା(ବ୍ୟାଟେରୀ ଅଟୋ) ଚଲାଇ ଦିନକୁ କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଚାଳକ ଜଣଙ୍କ ଏକକାଳୀନ ଏତେ ପଇସା କେଉଁଠୁ ଆଣିବ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ତେବେ ଅନ୍ୟର ଗାଡି ଚଳାଇ ବଞ୍ଚୁଥିବା ଉମର କିଛି ଦିନ ହେବ କିସ୍ତିରେ ନିଜର ଗାଡି ଖଣ୍ଡିଏ କିଣିଥିଲେ। ମାସକୁ ମାସ କିସ୍ତି ଦେଉଥିବା ବେଳେ ମୋଟା ଅଙ୍କର ଚାଲାଣ ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି।

ABOUT THE AUTHOR

...view details