ଓଡିଶା

odisha

ETV Bharat / bharat

ରାଜଧାନୀ ଏକ୍ସପ୍ରେସରେ ଖାଇ 20 ଯାତ୍ରୀ ଅସୁସ୍ଥ - food

ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଖାଦ୍ୟ ଖାଇ 20 ଯାତ୍ରୀ ଅସୁସ୍ଥ। ଚିକିତ୍ସା ପାଇଁ ବୋକାରୋରେ ଅଟକିଲା ଗାଡି। ଖାଦ୍ୟ ଯାଞ୍ଚ ପାଇଁ ତଦନ୍ତକାରୀ ଚିମକୁ ଆଇଆରସିଟିସି ପକ୍ଷରୁ ଦିଆଗଲା ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: @ANI

By

Published : Apr 7, 2019, 5:59 PM IST


ନୂଆଦିଲ୍ଲୀ: ପୁଣିଥରେ ପଦାରେ ପଡିଲା ରେଳ ବିଭାଗର ଦାୟିତ୍ବହୀନତା । ମଧ୍ୟାହ୍ନ ଭୋଜନ ଖାଇ ଯାତ୍ରୀ ଅସୁସ୍ଥ ହେବା ଯୋଗୁଁ ଅଧାରୁ ଗାଡି ଅଟକି କରାଗଲା ଚିକିତ୍ସା। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ।

ରବିବାର ରାଜଧାନୀ ଏକ୍ସପ୍ରେସରେ ମଧ୍ୟାହ୍ନ ଭୋଜନ ଖାଇଥିଲେ ଯାତ୍ରୀ। ହେଲେ କିଛି ସମୟ ପରେ ଏକା ସହ 20 ରୁ ଊର୍ଦ୍ଧ୍ବ ଯାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ପ୍ରଥମେ ଗୋମ ଷ୍ଟେସନରେ ଯାତ୍ରୀଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ବୋକାରୋ ଷ୍ଟେସନରେ ଅଟକି ଥିଲା ରେଳ । ତେଣୁ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରିଛନ୍ତି ।

ବର୍ତ୍ତମାନ ଅସୁସ୍ଥ ଯାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଆଇଆରସିଟିସିର ନିର୍ଦ୍ଦେଶ ଅନୁସାରେ ରାଜଧାନୀ ଏକ୍ସପ୍ରେସରେ ତଦନ୍ତକାରୀ ଦଳ ପହଞ୍ଚି ପ୍ୟାଣ୍ଟ୍ରି କାର ଯାଞ୍ଚ କରିବା ସହ ଖାଦ୍ୟର ନମୁନା ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି।

ABOUT THE AUTHOR

...view details