ଚେନ୍ନାଇ:ଭୟ ବଢାଉଛି କୋରୋନା । ସାରା ବିଶ୍ବରେ ପାଲଟିଛି ଚିନ୍ତାର ବିଷୟ । ଏହାକୁ ନେଇ ଚିକେନ ଖାଇବା ଦ୍ବାରା କୋରୋନା ବ୍ୟାପୁଥିବା ଗୁଜବ ପରେ ବ୍ୟବସାୟ ଏକଦମ ଠପ ହୋଇଯାଇଛି । ଫଳରେ ତାମିଲନାଡୁର ଚେଙ୍ଗମ ଅଞ୍ଚଳରେ ପ୍ରାୟ 20 ଲକ୍ଷ ଟଙ୍କାର ଜୀଅନ୍ତା କୁକୁଡାକୁ ମାଟିତଳେ ପୋତିଦିଆଯାଇଛି ।
କୋରୋନା ଭୟରେ ଶେଷରେ ପଲ୍ଟ୍ରି ଫାର୍ମର ରବି ଏପରି ନିଷ୍ପତ୍ତି ନେଇଥିଲେ । ଏକ ଟ୍ରକରେ ସବୁ କୁକୁଡାଙ୍କୁ ଲଦି ସେ ଏକ ଖାଲି ସ୍ଥାନରେ ଜୀଅନ୍ତା ପୋତି ଦେଇଥିଲେ । ଚିକେନ ବିକ୍ରିରେ ଏକ ପ୍ରକାର ରୋକ ଲାଗିଯାଇଥିଲା। ବଜାରରେ ମାତ୍ର 10 ଟଙ୍କାରେ ବିକ୍ରି କରି କ୍ଷତି ସହୁଥିଲେ ପଲ୍ଟ୍ରି ମାଲିକ ।