ଓଡିଶା

odisha

ETV Bharat / bharat

ବୁଲବୁଲ ବିତ୍ପାତ: ଧୋଇନେଲା ଚାଷଜମି, ଉଜାଡି ଦେଲା 20 ପରିବାର - ଦୁଃଖ ଦେଇଗଲା ବୁଲବୁଲ

ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବୁଲବୁଲର ପ୍ରକୋପ । ବାଂଲାଦେଶ ଓ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପାଖାପାଖି 20 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଧୋଇଯାଇଛି ଚାଷୀଙ୍କ ସୁନାର ଫସଲ ।

ବୁଲବୁଲ ନେଲା 20ଜଣଙ୍କ ଜୀବନ

By

Published : Nov 11, 2019, 8:27 AM IST

Updated : Nov 11, 2019, 10:36 AM IST

କୋଲକାତା: ଫେରିଯାଇଛି ବୁଲବୁଲ । ହେଲେ ଛାଡି ଯାଇଛି ଅସରନ୍ତି ଦୁଃଖ । ଜୀବନ ହାନି ସହ ଭାଙ୍ଗି ଦେଇଛି ଅନେକଙ୍କ ଘର । ରାସ୍ତାଘାଟରେ ପଡିରହିଛି ଗଛ ଓ ବିଦ୍ୟୁତ ଖୁଣ୍ଟି । ଆଉ ଚାଷୀର ବର୍ଷକର ପରିଶ୍ରମ ଉପରେ ଅଜାଡି ଦେଇଛି ପାଣି । ଏକର ଏକର ଧାନ ଜମିରେ ପାଣି ପଶି ଫସଲକୁ ନଷ୍ଟ କରିଦେଇଛି ବୁଲବୁଲ । ବାଂଲାଦେଶ ଓ ପଶ୍ଚିମବଙ୍ଗରେ ବୁଲବୁଲ ଲ୍ୟାଣ୍ଡଫଲ ପରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ 22 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

cyclone bulbul


ଗତ ଶନିବାର ସନ୍ଧ୍ୟାରେ ବୁଲବୁଲ ପଶ୍ଚିମବଙ୍ଗ ଛୁଇଁବା ପରେ ସେଠାରେ ତାଣ୍ଡବ ରଚିଥିଲା ସାମୁଦ୍ରିକ ଝଡ । ଏହାର ମାତ୍ରାଧିକ ପ୍ରଭାବ ଦେଖିବାକୁ ମିଳିଥିଲା ପ୍ରଗଣା 24ରେ । ତେବେ ପଶ୍ଚିମବଙ୍ଗରେ 8ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏଥିସହ 2473 ଘର ଭାଙ୍ଗିଯିବା ସହ ଲକ୍ଷେ 78 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ପଶ୍ଚିମବଙ୍ଗ ବିପର୍ଯ୍ୟୟ ଓ ପରିଚାଳନ କମିଟି ସୂଚନା ଦେଇଛନ୍ତି ।

cyclone bulbul

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ୍ଟ୍ରୋଲ ରୁମରେ ରହି ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଆଜି କାକଦ୍ବୀପ ପରିଦର୍ଶନ ଯିବେ । ତେବେ ହତନିଆ ଡୋନିଆ ନଦୀରେ ଥିବା 2ଟି ଜେଟି କ୍ଷତିଗ୍ରସ୍ତ ହୋଇଥିବାର ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ବୁଲବୁଲ ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

cyclone bulbul

ସେପଟେ, ଓଡ଼ିଶାରେ ବୁଲବୁଲ ଛୁଇଁନଥିଲେ ସୁଦ୍ଧା ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥିରେ 3 ଜଣଙ୍କର ପ୍ରାଣ ଯାଇଥିବା ନେଇଥିବା ସୂଚନା । ଏଥିସହ 5 ହଜାର 500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଏଠାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲକପ୍ଟର ଯୋଗେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ । ବାଂଲାଦେଶରେ ମଧ୍ୟ 8ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି ।

cyclone bulbul
cyclone bulbul
Last Updated : Nov 11, 2019, 10:36 AM IST

ABOUT THE AUTHOR

...view details