ଓଡିଶା

odisha

ETV Bharat / bharat

ପୁଣେରୁ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ, 5 ଗିରଫ

ପୁନେସ୍ଥିତ ଏକ ବାୟୋଟେକ କମ୍ପାନୀ ବେଆଇନ ଭାବେ ମେଫେଡ୍ରୋନ ଡ୍ରଗ୍ସ ତିଆରି କରିବାରେ ସାମିଲ ଥିଲା । ଏହି କମ୍ପାନୀକୁ ନାର୍କୋଟିକ୍ସ ବିଭାଗ ସିଲ କରିବା ସହ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁନେରୁ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ, 5 ଗିରଫ
ପୁନେରୁ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ, 5 ଗିରଫ

By

Published : Oct 21, 2020, 8:21 PM IST

ପୁଣେ: ମହାରାଷ୍ଟ୍ରରେ ଚାଲିଛି ବେଆଇନ ଡ୍ରଗ୍ସ ତିଆରି କାରବାର । ତେବେ ଏହି ମାମଲାରେ ପୁନେର ପିମ୍ପ୍ରି ଚିଞ୍ଚୱାଡ ପୋଲିସକୁ ମିଳିଛି ବଡ଼ ସଫଳତା । ଏଠାରେ ଏକ ବାୟୋଟେକ କମ୍ପାନୀ ବେଆଇନ ଭାବେ ମେଫେଡ୍ରୋନ ଡ୍ରଗ୍ସ ତିଆରି କରିବାରେ ସାମିଲ ଥିଲା । ଏହି କମ୍ପାନୀକୁ ନାର୍କୋଟିକ୍ସ ବିଭାଗ ସିଲ କରିବା ସହ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ସମେତ ଟଙ୍କା ମଧ୍ୟ ଜବତ କରିଛି ।

ପୁନେରୁ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ, 5 ଗିରଫ

ଏହି ମାମଲାରେ ପାଞ୍ଚଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ମାମଲାରେ ଛୋଟା ରାଜନ ଗ୍ୟାଙ୍ଗ ମଧ୍ୟ ସାମିଲ ରହିଛି । ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବା ପାଇଁ ନାର୍କୋଟିକ୍ସ ବିଭାଗ ବହୁ ପରିଶ୍ରମ କରିଛି । ଉକ୍ତ ମାମଲା ସାମ୍ନାକୁ ଆସିବା ପରେ ପୋଲିସକୁ ଛୋଟା ରାଜନ ଗ୍ୟାଙ୍ଗକୁ ଧରିବାରେ ସହଜ ହୋଇଥିବା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର କୃଷ୍ଣ ପ୍ରକାଶ ସୂଚନା ଦେଇଛନ୍ତି ।

ପୁନେରୁ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ, 5 ଗିରଫ

ଛୋଟା ରାଜନର ଗ୍ୟାଙ୍ଗ ପୁନେସ୍ଥିତ ରଣଜାଙ୍ଗାଓଁର ଏକ ବନ୍ଦ ରାସାୟନିକ କାରଖାନାରେ ବେଆଇନ ଭାବେ ଡ୍ରଗ୍ସ ତିଆରି କରୁଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ସେହି କମ୍ପାନୀ ଉପରେ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି ପୋଲିସ । ଏଥିସହ ଛୋଟା ରାଜନ ଗ୍ୟାଙ୍ଗର 9ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଆଜି ପର୍ଯ୍ୟନ୍ତ ଏହି ମାମଲାରେ ସର୍ବମୋଟ 14 ଜଣଙ୍କୁ ଗିରଫ କରାଯାଇଛି ।

ପୁନେରୁ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ଜବତ, 5 ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details