ନବସରି:ରବିବାର ବିଲିମୋରାର ଏକ ଗାଁରେ 3.5କୋଟି ଟଙ୍କାର କରେନ୍ସି ସହ 4 ଜଣଙ୍କୁ ଗିରଫ କରିଛି ଗୁଜୁରାଟ ପୋଲିସ । ଜବତ ଟଙ୍କାରେ 13,432ଟଙ୍କାର ପୁରୁଣା 1000 ଟଙ୍କିଆ ନୋଟ ଏବଂ 43,300 ଟଙ୍କାର 500 ଟଙ୍କିଆ ରହିଛି । ବିମୁଦ୍ରୀକରଣର 2 ବର୍ଷ ପରେ ଏହି ଟଙ୍କା ସାମନାକୁ ଆସିଛି ।
ବିମୁଦ୍ରୀକରଣର 2 ବର୍ଷ ପରେ 3.5 କୋଟିର ପୁରୁଣା ଟଙ୍କା ଜବତ - 3.5 crore
ବିମୁଦ୍ରିକରଣର 2ବର୍ଷ ପରେ ଜବତ ହେଲା ପୁରୁଣା 500 ଓ 1000 ଟଙ୍କିଆ ନୋଟ । 3.5 କୋଟିର ପୁରୁଣା ଟଙ୍କା ଜବତ ହୋଇଛି । ତେବେ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
![ବିମୁଦ୍ରୀକରଣର 2 ବର୍ଷ ପରେ 3.5 କୋଟିର ପୁରୁଣା ଟଙ୍କା ଜବତ](https://etvbharatimages.akamaized.net/etvbharat/images/768-512-2417040-690-2224aa5f-a048-4adb-82de-5dc2c957412e.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଏଏନଆଇ
ସୂଚନାଯୋଗ୍ୟ, ଦୁର୍ନୀତି ଏବଂ ଭଷ୍ଟ୍ରାଚାର ଉପରେ ରୋକ ଲଗାଇବାକୁ ମୋଦି ସରକାର 1000 ଓ 500 ଟଙ୍କିଆ ନୋଟରେ ପ୍ରତିବନ୍ଧକ ଲଗାଇଥିଲେ । ସ୍ଥାନୀୟ ଅପରାଧୀ ଶାଖାର ତଦନ୍ତ ଅଧିକାରୀ ଶୌଲେଶଗିରୀ ଗୋସ୍ବାମୀଙ୍କ କହିବାନୁଯାୟୀ, ଗିରଫ 4 ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦାମୀ କାର ସହ 3.5କୋଟି ଟଙ୍କାର କରେନ୍ସି ଜବତ କରାଯାଇଛି । ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।