ଓଡିଶା

odisha

ETV Bharat / bharat

ଭିନ୍ନ ଭିନ୍ନ ଏନକାଉଣ୍ଟରରେ 2 ଆତଙ୍କବାଦୀ ନିପାତ - ବଡଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ଜମ୍ମୁ-କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 2 ଆତଙ୍କବାଦୀ ନିପାତ ହୋଇଛି ।

encounter
ଏନକାଉଣ୍ଟର

By

Published : Jan 13, 2020, 7:26 PM IST

Updated : Jan 14, 2020, 1:40 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲୀରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆତଙ୍କବାଦୀର ପରିଚୟ ଆଦିଲ ଗୁଲଜାର ଗାନି ରୂପରେ ହୋଇଛି । ସେ ହଜିବୁଲ ମୁଜାହିଦ୍ଦୀନ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ସୂଚନା ମିଳିଛି । ଏହା ସହିତ ସେ ସ୍ଥାନୀୟ ଅଞ୍ଚଳରେ ଅନେକ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ଜଣାପଡିଛି ।

ସୋମବାର ବଡଗାମରେ 2ରୁ 3 ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ ନିଜକୁ ଜାଲରେ ଫସୁଥିବା ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେବାକୁ ଯାଇ ଆତଙ୍କବାଦୀଙ୍କ ଉପରେ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ। ଉଭୟ ପଟୁ ଚାଲିଥିବା ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ସେପଟେ ପୁଲୱାମାର କୁଲତ୍ରାରେ ସୁରକ୍ଷାକର୍ମୀଙ୍କ ଅନ୍ୟ ଏକ ଅପରେଶନରେ ଆଉ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣା ପଡିଛି । ତା ନିକଟକୁ ମଧ୍ୟ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ଗାନ୍ଦରବଲରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିବା କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଆତଙ୍କବାଦୀର ପରିଚୟ ତରିକ ଗନାନି ନାମରେ ହୋଇଛି । ଏହି ଆତଙ୍କବାଦୀର ଲସ୍କର-ଇ-ତୋଇବା ସହ ସମ୍ପର୍କ ଥିବା ସୂଚନା ମିଳିଛି।

Last Updated : Jan 14, 2020, 1:40 AM IST

For All Latest Updates

ABOUT THE AUTHOR

...view details