ଓଡିଶା

odisha

ଶାହିନବାଗରେ ପହଞ୍ଚିଲେ ସୁପ୍ରିମକୋର୍ଟ ନିଯୁକ୍ତ ଦୁଇ ମଧ୍ୟସ୍ଥି

By

Published : Feb 19, 2020, 9:34 PM IST

ଶାହିନବାଗ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ପହଞ୍ଚିଛନ୍ତି ସୁପ୍ରିମକୋର୍ଟ ନିଯୁକ୍ତ ଦୁଇ ମଧ୍ୟସ୍ଥି । ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ବୁଧବାର ଶାହିନବାଗରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

shaheen bagh
ଶାହିନବାଗ ପହଞ୍ଚିଲେ ସୁପ୍ରିମକୋର୍ଟର 2 ଆଲୋଚକ

ନୂଆଦିଲ୍ଲୀ: ଶାହିନବାଗର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ପହଞ୍ଚିଛନ୍ତି ସୁପ୍ରିମକୋର୍ଟ ନିଯୁକ୍ତ ଦୁଇ ମଧ୍ୟସ୍ଥି । ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଆଜି (ବୁଧବାର) ଶାହିନବାଗରେ ପହଞ୍ଚିଛନ୍ତି । ସେମାନେ ପ୍ରଦର୍ଶନକାରୀଙ୍କ ସହ କଥା ହୋଇଛନ୍ତି ।

ସଞ୍ଜୟ ହେଗଡେ କହିଥିଲେ, ‘ଆମେ ଆପଣଙ୍କ ସହ କଥା ହେବାକୁ ଆସିଛି । ଶାନ୍ତିରେ ବସନ୍ତୁ ଓ ଯାହା ବି ସମସ୍ୟା ଆମକୁ ଜଣାନ୍ତୁ । ସେହିପରି ସାଧନା ରାମଚନ୍ଦ୍ରନ କରିଥିଲେ ମୁଁ ସୁପ୍ରିମକୋର୍ଟରୁ ଆପଣଙ୍କ ସହ କଥା ହେବାକୁ ଆସିଛି । ସୁପ୍ରିମକୋର୍ଟ ଆମକୁ ଆପଣ ମାନଙ୍କ ପାଖକୁ ପଠାଇଛନ୍ତି ।’

ଏହାସହ କୋର୍ଟର ନିର୍ଦ୍ଦେଶ ମଧ୍ୟ ପଢି ଶୁଣାଇଛନ୍ତି । ସମସ୍ତଙ୍କୁ ଆନ୍ଦୋଳନ କରିବାର ଅଧିକାର ରହିଛି ଓ ଏହି ଅଧିକାର ଏପରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ସାଧନା ରାମଚନ୍ଦ୍ରନ କହିଥିଲେ, ‘ଆମେ ମିଶିକି କିଛି ରାସ୍ତା ବାହାର କରିବା, ଯାହା କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ବ ପାଇଁ ଏକ ଉଦାହରଣ ହେବ ।’

ପ୍ରକାଶଥାଉକି, ଦୀର୍ଘ 67 ଦିନ ହେବ ଶାହିନବାଗରେ ସିଏଏ ବିରୋଧରେ ଆନ୍ଦୋଳନ ଜାରି ରହିଛି । ନୋଏଡା ଓ ଦିଲ୍ଲୀକୁ ଯୋଡୁଥିବା କାଲିନ୍ଦିକୁଞ୍ଜ ରୋଡରେ ପ୍ରଦର୍ଶନକାରୀ ବିରୋଧ କରୁଛନ୍ତି । ପ୍ରଦର୍ଶନ ଚାଲୁଥିବା କାରଣରୁ ସେଠାରେ ଥିବା ଅନେକ ଦୋକାନ ମଧ୍ୟ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details