ଜୟପୁର: ପୁଣି ଘନ କୁହୁଡି ନେଲା ଜୀବନ । ଜୈଶଲମେର-ଯୋଧପୁର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି 2 ମୃତ 4 ଆହତ ହୋଇଛନ୍ତି । ଘନ କୁହୁଡିରେ କିଛି ଦେଖାନଯିବାରୁ 2ଟି ବସ ସହ କାର ଧକ୍କା । ତେବେ ଗତକାଲି ଦିଲ୍ଲୀରେ ମଧ୍ୟ ଘନ କୁହୁଡି ଯୋଗୁଁ କେନାଲକୁ କାର ଖସି 6ଜଣଙ୍କର ମୃତ୍ୟୁ ହୋଇଥିଲା ।
ପୁଣି ଘନ କୁହୁଡି ନେଲା ଜୀବନ: ସଡକ ଦୁର୍ଘଟଣାରେ 2 ମୃତ, 4 ଆହତ - 2ଟି ବସ ସହ କାର ବାଡେଇ ହୋଇ 2ମୃତ
ଦିଲ୍ଲୀ ପରେ ରାଜସ୍ଥାନ । ଘନ କୁହୁଡି ନେଉଛି ଜୀବନ । ଆଜି ଜୈଶଲମେର-ଯୋଧପୁରରେ ଦୁର୍ଘଟଣା ଘଟି 2 ଜଣଙ୍କର ମୃତ୍ୟୁ ହୋଇଛି ।
ପୁଣି ଘନ କୁହୁଡି ନେଲା ଜୀବନ
ପୁଣି ଘନ କୁହୁଡି ନେଲା ଜୀବନ
ଶୀତ ବିଳମ୍ବରେ ଆସିଥିଲେ ମଧ୍ୟ, ଜାଡ ପ୍ରଭାବ ମାତ୍ରାଧିକ ରହିଛି । ସବୁଠି ତାପମାତ୍ରା ଖସୁଥିବାବେଳେ କୁହୁଡି ମାତ୍ରା ଅଧିକ ରହୁଛି । ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ସେହିପରି ଖରାପ ପାଗ ଯୋଗୁଁ ଦିଲ୍ଲୀର ବିଭିନ୍ନ ବିମାନ ଗତିପଥ ବଦଳାଇବା ସହ ବିଳମ୍ବରେ ଟ୍ରେନ ଚଳାଚଳ କରୁଛି ।
Last Updated : Dec 31, 2019, 5:20 PM IST