ଓଡିଶା

odisha

ETV Bharat / bharat

ସିଏମ ଜୟରାମ ଠାକୁରଙ୍କ 2 ସୁରକ୍ଷାକର୍ମୀ କୋରୋନା ପଡିଟିଭ୍ - Himachal CM's security team test positive

ହିମାଚଳ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ସୁରକ୍ଷା ଦଳର 2 ଜଣ କର୍ମଚାରୀ କୋରୋନା ପଜିଟିଭ୍ ପରୀକ୍ଷା କରିଥିବା ଜଣା ପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଗୁରୁବାର ସୂଚନା ଦେଇଛି। ଅଧିକ ପଢନ୍ତୁ...

ସିଏମ ଜୟ ରାମ ଠାକୁରଙ୍କ 2 ସୁରକ୍ଷାକର୍ମୀ କୋରୋନା ପଡିଟିଭ୍
ସିଏମ ଜୟ ରାମ ଠାକୁରଙ୍କ 2 ସୁରକ୍ଷାକର୍ମୀ କୋରୋନା ପଡିଟିଭ୍

By

Published : Aug 13, 2020, 5:00 PM IST

ଶିମଲା: ସାରାବିଶ୍ବରେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା । ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ସୁରକ୍ଷାଟିମର 2 ଜଣ କର୍ମଚାରୀ କୋରୋନା ପଜିଟିଭ୍ ପରୀକ୍ଷା କରିଥିବା ଜଣା ପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଗୁରୁବାର ସୂଚନା ଦେଇଛି।

ସିଏମଓ ମୁତାବିକ, ପୂର୍ବରୁ ଜଣେ ଗନମ୍ୟାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର କୋରୋନା ଚିହ୍ନଟ ହୋଇଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଦୁଇଜଣ ବ୍ୟକ୍ତି କୋରୋନା ସକରାତ୍ମକ ପରୀକ୍ଷା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ସୁଦ୍ଧା ହିମାଚଳ ପ୍ରଦେଶରେ କୋଭିଡର 1,256 ସକ୍ରିୟ ମାମଲା ଥିବାବେଳେ 2,362 ଜଣ ଆରୋଗ୍ୟ ହୋଇଛନ୍ତି। ଏହି ସଂକ୍ରମଣ ହେତୁ ରାଜ୍ୟରେ 18 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ABOUT THE AUTHOR

...view details