ମୁମ୍ବାଇ: ଭାରତରେ କୋରୋନା ଭାଇରସରେ ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଯେଉଁଠି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରି ସାରିଥିବାବେଳେ 64 ଜଣଙ୍କର ପ୍ରାଣ ମଧ୍ୟ ଯାଇଛି ।
କୋଭିଡ-19: ପୁଣେରେ 2 ମୃତ, ମୃତକଙ୍କ ସଂଖ୍ୟା 10କୁ ବୃଦ୍ଧି - COVID19
ମହାରାଷ୍ଟ୍ରର ପୁନେରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି । ବୁଧବାର ସକାଳୁ କୋରୋନାରେ ପ୍ରାଣ ହରାଇଛନ୍ତି 2 । ଅଧିକ ପଢନ୍ତୁ...
ମହାରାଷ୍ଟ୍ରର ପୁନେରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି
ତେବେ ଆଜି(ବୁଧବାର) ସକାଳୁ ପୁଣେରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାଦ୍ବାରା ସହରରେ ସମୁଦାୟ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ଉଭୟଙ୍କ ଭିତରୁ ଜଣେ ଡାଇବେଟିସ ରୋଗରେ ପୀଡିତ ଥିବାବେଳେ ଅନ୍ୟଜଣଙ୍କ କୋମୋରବିଡିଟି ରୋଗରେ ପୀଡିତ ଥିଲେ । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।