ଓଡିଶା

odisha

By

Published : Sep 13, 2020, 4:32 PM IST

ETV Bharat / bharat

ମେନ୍ଧାରରେ 3 ଚୀନ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, 2 ଗିରଫ

ରବିବାର ଏକ ଅପରେସନରେ ପୁଞ୍ଛ ଜିଲ୍ଲାର ମେନ୍ଧାରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । 2 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ମେନ୍ଧାରରେ 3 ଚୀନ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, 2 ଗିରଫ
ମେନ୍ଧାରରେ 3 ଚୀନ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, 2 ଗିରଫ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବା ନା ନେଉନାହିଁ । ରବିବାର ଏକ ଅପରେସନରେ ପୁଞ୍ଛ ଜିଲ୍ଲାର ମେନ୍ଧାରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଏହି ଘଟଣାରେ 2 ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ ।

ବିଶେଷ ସୂତ୍ରରୁ ଖବର ପାଇବା ପରେ ଭାରତୀୟ ସେନା ଓ ଏସଓଜି ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରିଥିଲା । ଏହି ଅପରେସନରେ 3ଟି ଚୀନ ପିସ୍ତଲ, 70 ରାଉଣ୍ଡ ଗୁଳି, 11ଟି ହ୍ୟାଣ୍ଡ୍‌ ଗ୍ରେନେଡ ଆଇଡି ଜବତ ହୋଇଛି । ଅନ୍ୟପକ୍ଷେ 2 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାରେ ଅବୈଦ୍ଧ କାର୍ଯ୍ୟକଳାପ ଅଧିନିୟମ ଆଧାରରେ ମେନ୍ଧାର ଥାନାରେ ଏକ ମାମଲା ରୁଜୁ ହୋଇଛି ।

ABOUT THE AUTHOR

...view details