ଜୟପୁର: ରାଜସ୍ଥାନରେ ସାମ୍ନାକୁ ଆସିଲା ଆଉ 2ଟି କୋରୋନା ପଜିଟିଭ ମାମଲା । ଏହା ପରେ ରାଜ୍ୟରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା 56କୁ ବୃଦ୍ଧି ପାଇଛି।ଭିଲବାଡାରେ ସାମ୍ନାକୁ ଆସିଥିବା ସଦ୍ୟତମ ମାମଲା ହେଉଛି 53 ବର୍ଷ ବୟସ୍କା ମହିଳାଙ୍କର । ତାଙ୍କୁ ବାଙ୍ଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ, ସେ ଜଣେ ହୃଦୟ ରୋଗୀ ଏବଂ ତାଙ୍କର ଅନଜିଓପ୍ଲାଷ୍ଟୀ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ରୋହିତ କୁମାର ସିଂ ।
ସେହପିର ଅନ୍ୟ ଜଣେ ହେଉଛି ଞ୍ଝୁଝୁନର । ଜଣେ 21 ବର୍ଷୀୟ ଯୁବକ ଯିଏ ମାର୍ଚ୍ଚ 18ରେ ଫିଲିପାଇନ୍ସରୁ ଦିଲ୍ଲୀ ଆସିଥିଲେ । ପରେ ସେ ଞ୍ଝୁଝୁନରେ ପହଞ୍ଚିଥିଲେ । ତାଙ୍କୁ 18 ମାର୍ଚ୍ଚରୁ 22 ମାର୍ଚ୍ଚ ପର୍ଯ୍ୟନ୍ତ ଘରୁ ବାହାରେ ରଖାଯାଇଥିଲା। ମାର୍ଚ୍ଚ 23ରେ, ତାଙ୍କୁ ସିଙ୍ଗାନିଆ ଇନଷ୍ଟିଚ୍ୟୁଟରେ କ୍ୱାରାଣ୍ଟିନ୍ ପଠାଯାଇଥିଲା, ଯେଉଁଠାରେ 26 ମାର୍ଚ୍ଚରେ ତାଙ୍କ ଠାରେ କୋଭିଡ-19ର ଲକ୍ଷଣ ଦେଖିବାକୁ ମିଳିଥିଲା ।